-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
24-Apr-2025
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତ ରେ ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ ଙ୍କ ସଭାପତିତ୍ୱ ରେ ପଂଚାୟତିରାଜ ଦିବସ ପାଳନ ହୋଇଯାଇଛି l ପଂଚାୟତିରାଜ ଗ୍ରାମସ୍ୱରାଜ ଯାହାଙ୍କର ସ୍ବପ୍ନ ଥିଲା,ସେହି ଜାତି ର ଜନକ ମହାତ୍ମା ଗାନ୍ଧୀ ଙ୍କ ଫଟୋ ଚିତ୍ର ରେ ପ୍ରଥମେ ସରପଞ୍ଚ ଶ୍ରୀମତୀ ପଧାନ ଦୀପ ଅର୍ଘ୍ୟ ଓ ପୁଷ୍ପ ଅର୍ପଣ କରିଥିଲେ, ପରେ ଅନୁଷ୍ଠିତ ହୋଇଥିବା ଗ୍ରାମସଭା ବୈଠକ ରେ ମହାତ୍ମାଗାନ୍ଧୀ ଙ୍କ ସ୍ବପ୍ନ ର ଭାରତ ପରିକଳ୍ପନା ବିଷୟ ରେ ଆଲୋକପାତ କରିଥିଲେ l ଗ୍ରାମାଞ୍ଚଳ ରେ ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ବାସଗୃହ ଆଦି ମୌଳକ ଅଧିକାର କେମିତି ସମସ୍ତ ଙ୍କ ପାଖରେ ପହଂଚିବ ସେଥିପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ l ଏହି ସଭା ରେ ପି ଇ ଓ ଶ୍ରୀ ପ୍ରହଲ୍ଲାଦ ବେହେରା,ଏ ଡି ଓ ଶ୍ରୀ ଜିତେନ୍ଦ୍ରିୟ ସାହୁ ସାମାଜିକ କର୍ମୀ ଯୁଧିଷ୍ଠିର ପଧାନ,ଯୋଗାଣ ସହାୟକ ଶ୍ରୀ ରଶ୍ମିରଂଜନ ବିଶି, ଏମବିକେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ପରେ ସ୍ୱାସ୍ଥ୍ୟ କ୍ୟାମ୍ପ କରି ସ୍ୱାସ୍ଥ୍ୟ କର୍ମୀ ସୁ ଶ୍ରୀ ସଂଗୀତା ପ୍ରିୟଦର୍ଶିନୀ ମଧୁମେହ ରୋଗ ର ପରୀକ୍ଷା କରି ରୋଗ ବିଷୟ ରେ ସମସ୍ତ ଙ୍କୁ ବୁଝାଇଥିଲେ l