-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
25-Apr-2025
ଯାଜପୁର/ବରୀ(ରଞ୍ଜିତ ମହାନ୍ତି): ଯାଜପୁର ଜିଲ୍ଲା ବରୀ ର ବ୍ଲକ ପରିସରରେ ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ବରୀ ବ୍ଲକରେ ସମୁଦାୟ ୨୯ ପଞ୍ଚାୟତ ଓ ୪ ଟି ଜିଲାପରିଷଦ ଜୋନ୍ ରହି ସରପଞ୍ଚ, ସମିତିସଭ୍ୟ ଓ ଜିଲା ପରିଷଦ ସଭ ସଭ୍ୟଙ୍କୁ ମିଶାଇ ମୋଟ୍ ଏଠାରେ ୬୨ ଜଣ ଲୋକ ପ୍ରତିନିଧୂ ନିର୍ବାଚିତ ହୋଇଛନ୍ତି। ମାତ୍ର ଆଜିର ବୈଠକ ରେ କେବଳ ରମ୍ପା ପଞ୍ଚାୟତ ସରପଞ୍ଚ ମାନସ ଜେନାଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ଅନୁପସ୍ଥିତ ଥୂବା ଦେଖିବାକୁ ମିଳିଥିଲା। ସେହିପରି କଳାମାଟିଆ ସରପଞ୍ଚଙ୍କ ସ୍ବାମୀ ଶରତ ଚନ୍ଦ୍ର ପରିଡ଼ା ପ୍ରତିନିଧ ଭାବେ ଏଠାରେଉପସ୍ଥିତ ଥିଲେ। ଲୋକ ପ୍ରତିନିଧିଙ୍କ ଅନୁପସ୍ଥିତ ସମ୍ପର୍କରେ ଭାରପ୍ରାପ୍ତ ବିଡିଓ ଡିଓ ମହେଶ୍ବର ସେଠୀଙ୍କୁ ପଚାରିବାରେ ସମସ୍ତଙ୍କୁ ନିମନ୍ତ୍ରଣ ଦିଆ ଯାଇଥିଲା ବୋଲି କହିଛନ୍ତି। ଲୋକ ରାକ ପ୍ରତିନିଧ୍ ମାନେ ଅନୁପସ୍ଥିତ ଥିବା ବେଳେ କେବଳ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ରହି ଜଣ ହିତାଧୂକାରୀଙ୍କୁ ରେସନ କାର୍ଡ ବଣ୍ଟନ କରି ଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବିଡିଓ ସେଠୀ, ଜିପିଓ ଲକ୍ଷ୍ମୀକାନ୍ତ ମହାରଣା, ଯୋଗାଣ ନିରୀକ୍ଷକ ସୂର୍ଯ୍ୟକାନ୍ତ ବେହେରା, କନିଷ୍ଠ ଯନ୍ତ୍ରୀ ସରୋଜ ପଣ୍ଡା, ଅନିରୁଦ୍ଧ ସାହୁ, ଆଲୋକ ଅଧିକାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।