-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   (03-Sep-2026)       ||      ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି    (03-Sep-2026)       ||      ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||      ୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||     

HOME   ଜିଲ୍ଲା

ନୂଆପଡାରେ ପ୍ରବାସୀ ଶ୍ରମିକ ସମସ୍ୟା ନିରାକରଣ ପାଇଁ ପ୍ରଶାସନର ସମ୍ମିଳିତ ବୈଠକ

24-Apr-2025



ନୂଆପଡ଼ା ଜିଲ୍ଲାପାଳ ମଧୂସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ପ୍ରବାସୀଶ୍ରମିକ ସମସ୍ୟାର ନିରାକରଣ ପାଇଁ ବିଭିନ୍ନ ବିଭାଗର ସମ୍ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇ ଅଛି l
 ବୈଠକକୁ ଉଦବୋଧନ ଦେଇ ଜିଲ୍ଲାପାଳ କହିଲେ ଯେ ଜିଲ୍ଲାରେ ସମସ୍ତ ବିଭାଗର ମିଳିତ ଉଦ୍ୟମ କ୍ରମେ ପ୍ରବାସୀ ଶ୍ରମିକ ପ୍ରଥାର ନିରାକରଣ ହୋଇ ପାରିବ l ବିଭିନ୍ନ ବିଭାଗର ବିଗତ ଦିନର କାର୍ଯ୍ୟାବଳୀକୁ ଦେଖି  ପ୍ରବାସୀ ଶ୍ରମିକ ମାନଙ୍କୁ କେତେ ସହାୟତା ପ୍ରଦାନ କରାଯାଇଛି ତାର ସମୀକ୍ଷା କରାଗଲା । ଜଣାଗଲାଯେ  ମାର୍ଚ୍ଚ ମାସରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମନରେଗା ଯୋଜନାରେ ୨୩୩୬ଟି ପରିବାରର ଶ୍ରମିକପୁରୁଷ ଓ ମହିଳା ମାନଙ୍କ ଦ୍ଵାରା ମାସ ଶେଷ ସୁଦ୍ଧା ୬୪୮୭୦୯  ଶ୍ରମ ଦିବସ ସୃଷ୍ଟି କରି ୨୨କୋଟି ୮୩ ଲକ୍ଷ ୪୫ ହଜାର ୫୬୮ଟଙ୍କା  ମଜୁରି ପ୍ରଦାନ କର ଯାଇଛି l ୧୦୦ ଦିନର କାମ ୨୯୫୩ଟି ପରିବାର ୨୦୦ଦିନର କାମ, ୧୭୦୩ ଟି ପରିବାର ଓ ୩୦୦ ଦିନର କାମ ୯୭ ଟି ପରିବାର କରିଛନ୍ତି l ଜଳ ବିଭାଜକା ପ୍ରକଳ୍ପ ତରଫରୁ ୮୨ ଟି ପରିବାର ପାଇଁ ୬୨୭୨ ଶ୍ରମଦିବସ ସୃଷ୍ଟି କରା ଯାଇଛି। ମତ୍ସ୍ୟବିଭାଗ ତରଫରୁ ଗୋଟିଏ ପରିବାରକୁ ମାଛ ପୋଖରୀ  ଖୋଳିବା ପାଇଁ  ୭୦,୦୦୦ଟଙ୍କା ସହାୟତା ଯୋଗାଇ ଦିଆଯାଇଛି।ମିଶନ ଶକ୍ତି ଓ ଜୀବିକା ମିଶନ ତରଫରୁ ୬୫୧ ଶ୍ରମିକ ପରିବାର ମାନଙ୍କୁ ୧କୋଟି ୪୧ଲକ୍ଷ ଟଙ୍କା ବ୍ୟାଙ୍କ୍ ସହାୟତା  ଯୋଗାଇ ଦିଆଯାଇଛି l  ହସ୍ତଶିଳ୍ପ ବିଭାଗ ତରଫରୁ ୩ ଟି ପରିବାରକୁ ଭୁବନେଶ୍ୱର ତୋଷାଳୀ ମେଳାରେ ପ୍ରଦର୍ଶନ ସୁଯୋଗ ଦିଆଯାଇଛି l ଜିଲ୍ଲା ଶିଳ୍ପକେନ୍ଦ୍ର ଦ୍ବାରା ୭ ଟି ପରିବାରକୁ କାମ ଯୋଗାଇ ଦିଆଯାଇଛି l  ଜିଲ୍ଲା ଶ୍ରମ ବିଭାଗ ତରଫରୁ ମନରେଗା ଯୋଜନାରେ କାମ କରିଥିବା ୭୮୦ ଟି ଶ୍ରମିକ ପରିବାରଙ୍କୁ ଲେବର୍ କାର୍ଡ ପ୍ରଦାନ କରାଯାଇଛି ।ପ୍ରବାସୀ ଶ୍ରମିକ ମାନଙ୍କ ହାଇସ୍କୁଲରେ ପଢୁଥିବା ୧୮୯୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ୬ମାସ ପାଇଁ ଭତ୍ତା ପ୍ରଦାନ କରାଯାଇଛି ।  ଜିଲ୍ଲା କର୍ମ ନିୟୋଜନ ବିଭାଗ ତରଫରୁ ୩ଜଣଙ୍କୁ ଉନ୍ନତ କୌଶଳରେ ଟ୍ରେନିଂ  ସହାୟତା ଦିଆ ଯାଇଛି। ବିଭିନ୍ନ ତହସିଲଦାର ମାନେ ଘରଡିହ ନଥିବା ୧୪ଟି ଶ୍ରମିକ ପରିବାରଙ୍କୁ ୪ଡିସିମିଲ କରି ଜମିପଟ୍ଟା ଯୋଗାଇ ଦେଇଛନ୍ତି l ନୂତନ ଉତ୍ସାହରେ ଆହୁରି ଅଧିକ ପ୍ରଚେଷ୍ଟା କରି ଜିଲ୍ଲାକୁ ସମ୍ପୂର୍ଣ୍ଣ ଦାଦନ ଶ୍ରମିକ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ବିଭିନ୍ନ ପ୍ରଶାସନିକ ତଥା ଲାଇନ୍ ବିଭାଗର ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଛନ୍ତି l ସେ କହିଲେ ଯେ ପରିବହନ ଅଧିକାରୀ ଯୁବ ଶ୍ରମିକ ମାନଙ୍କୁ ଡ୍ରାଇଭିଂ ଟ୍ରେନିଂ ଦେଇ ସେମାନଙ୍କୁ ଚାରି ଚକିଆ ଯାନ ଋଣ ପାଇଁ ସହାୟତା କରିବେ। ଜିଲ୍ଲାରୁ ଅନ୍ୟ ରାଜ୍ୟକୁ ପ୍ରବାସୀ ଶ୍ରମିକ ଚାଲାଣ କରୁଥିବା ବସ୍ ମାନଙ୍କ ଚଳାଚଳ ସମ୍ପୂର୍ଣ ବନ୍ଦ କରିବା ସହିତ ବେଆଇନ୍ ଶ୍ରମିକ ଦଲାଲ୍ ମାନଙ୍କୁ ଗିରଫ କରିବା ପାଇଁ ତହସିଲଦାର ମାନଙ୍କ ସହ ପଦକ୍ଷେପ ନେବେ।ଜିଲ୍ଲା ଶ୍ରମ ଅଧିକାରୀ ଦାଦନ ଯାଇଥିବା ଶ୍ରମିକ ମାନଙ୍କୁ ସେଇ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହାୟତାରେ ଫେରାଇ ଆଣିବା ପାଇଁ ପ୍ରଚେଷ୍ଟା କରିବେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସେମାନଙ୍କ ଛୁଆ ମାନଙ୍କୁ ଅଙ୍ଗନବାଡି କେନ୍ଦ୍ରରେ ଦାଖଲ କରିବା ସହିତ ସେହି ପରିବାର ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେବେ। ଏସ୍ ପି, ଜିଲ୍ଲା ଶିଶୁ ସୁରକ୍ଷା ସମିତି ଓ ଜିଲ୍ଲା ଶ୍ରମ ଅଧିକାରୀ ମିଳିତ ଭାବରେ ଅଚାନକ ବସଷ୍ଟାଣ୍ଡ ଓ ରେଳ ଷ୍ଟେସନ୍ ଗସ୍ତ କରି ଦାଦନ ଚାଲାଣ ରୋକିବେ। ସମସ୍ତ ବିଡ଼ିଓ ପ୍ରତି ବୁଧବାର ଦିନ ରୋଜଗାର ଦିବସ ସୃଷ୍ଟି କରି ଗାଁ ଶ୍ରମିକ ମାନଙ୍କୁ ମନରେଗା ପ୍ରତି ଆକୃଷ୍ଟ କରିବେ। ସୂଚନାଯୋଗ୍ୟ ଯେ, ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ  ପ୍ରଶାସନ ଚଳଚଞ୍ଚଳ ହୋଇ ଦାଦନ ପ୍ରଥାର ବିଲୋପ ପାଇଁ ରଣନୀତି ସ୍ଥିର କରିଛି l ତାଙ୍କ ଉଦ୍ୟମ କ୍ରମେ ଶ୍ରମ, ପଞ୍ଚାୟତିରାଜ, ରାଜସ୍ୱ,କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ଯୋଗାଣ, ସମାଜ ମଙ୍ଗଳ, ଶିକ୍ଷା, ହସ୍ତ ଶିଳ୍ପ, ଜିଲ୍ଲା ଶିଳ୍ପକେନ୍ଦ୍ର ଇତ୍ୟାଦି ବିଭିନ୍ନ ବିଭାଗର ସମୟୋଚିତ  କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜିଲ୍ଲାରୁ ହଜାରହଜାର ପରିବାର ପ୍ରବାସୀ ଶ୍ରମିକ ହିସାବରେ ନଯାଇ ନିଜ ଅଞ୍ଚଳରେ ଶ୍ରମଦାନ ତଥା ବିଭିନ୍ନ ବ୍ୟବସାୟ କରି ପରିବାର ପ୍ରତି ପୋଷଣ କରି ପାରୁଛନ୍ତି ।
ଜିଲ୍ଲା ଶ୍ରମ ବିଭାଗ ତରଫରୁ ଆହୁତ ଆଜିର ଏହି ବୈଠକରେ  ବନଖଣ୍ଡ ଅଧିକାରୀ ଅଜିଜ ଖାନ, ମହାଦେବ ବଡାଇକ,  ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଅତିରିକ୍ତ ଏସ୍ ପି ରଣଜିତ୍ ନାୟକ, ଏପିଡି ଯୋଗେଶ୍ଵର ଭୋଇ, ସମସ୍ତ ବିଡିଓ ,  ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ବିଭାଗ ଅଧିକାରୀ ଯୋଗ ଦେଇଥିଲ l ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପ୍ରଥାର ମୂଳୋତ୍ପାଟନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ବାନ ଦେଇ ସହଯୋଗ କାମନା କରିଥିଲେ ।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ


News Comment




Photo in News

Advertisment
Lastest News
  ଜିଲ୍ଲା  
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   03-Sep-2026
  ଜିଲ୍ଲା  
ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   03-Sep-2026
  ଜିଲ୍ଲା  
ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ   03-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   03-Sep-2026
  ଜିଲ୍ଲା  
*ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   03-Sep-2026
  ରାଜନୀତି  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   03-Sep-2026
  ଜିଲ୍ଲା  
ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି   03-Sep-2026
  ଜିଲ୍ଲା  
ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   03-Sep-2026
  ଜିଲ୍ଲା  
ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ   03-Sep-2026
  ଜିଲ୍ଲା  
*ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   03-Sep-2026
  ଜିଲ୍ଲା  
ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   03-Sep-2026

You Might Also Like