-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
24-Apr-2025
ବରୀ (ରଞ୍ଜିତ ମହାନ୍ତି): ବରୀ ବ୍ଲକ ପ୍ରଶାସନ ପକ୍ଷରୁ ପୂର୍ବାହ୍ନରେ କଳାମାଟିଆ ପଞ୍ଚାୟତ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ବରୀ ଏବିଡ଼ିଓ ମହେଶ୍ଵର ସେଠୀ, ସରପଞ୍ଚ ରଶ୍ମିତା ପରିଡ଼ା, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଲକ୍ଷ୍ମୀକାନ୍ତ ମହାରଣା, ଡିଇଓ ଆଲୋକ ଅଧୂକାରୀ, ବିପିସି ରୋଜାଲିଶା ସାହୁଙ୍କ ସମେତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୋଗେଶ୍ବର ନାୟକଙ୍କ ସମେତ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଶିବିର ପରିଚାଳନା କରିଥିଲେ ଆଜିର ଅଭିଯୋଗ ପ୍ରକୋଷ୍ଠକୁ ସମୁଦାୟ ୯୧ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ଜଣା ପଡ଼ିଛି କିନ୍ତୁ ଉଲ୍ଲେଖନୀୟ ଘଟଣା ଦେଖିବାକୁ ମିଳିଥିଲା ଯେ ଏହି ଶୁଣାଣି ଶିବିରରେ ପାନୀୟ ଜଳ ଯୋଗାଣ ବିଭାଗ, ମନରେଗା ବିଭାଗ, ଜଳସମ୍ପଦ ବିଭାଗ, ସାମାଜିକ ସୁରକ୍ଷା ବିଭାଗ ଓ ବିଦ୍ୟୁତ ବିଭାଗର କୌଣସି ଅଧିକାରୀ ଆସି ନ ଥିଲେ | ଏ ବିଷୟରେ ସରପଞ୍ଚ ତାଙ୍କ କ୍ଷୋଭ ପ୍ରକାଶ କରି କହଛନ୍ତି ଯେ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ଆମେ ଲୋକଙ୍କ ମାନଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡୁଛି | ସରପଞ୍ଚଙ୍କ ପ୍ରତିନିଧୂ ଶରତ ଚନ୍ଦ୍ର ପରିଡ଼ା ଉପସ୍ଥିତ ରହି ଶିବିର ପରିଚାଳନାର ସମସ୍ତ ବନ୍ଦୋବସ୍ତ କରିଥିଲେ |