-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
24-Apr-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ରଙ୍କ ରିପୋର୍ଟ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଳି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର 18523 ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି ପଡ଼ିଥିଲେ l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଝାରଖଣ୍ଡ ରାଜ୍ୟ ବୋକାରୁ ଜିଲ୍ଲା ଜରିଡି ଥାନା ଅରାଜୁ ଗ୍ରାମର ପରାୟଗ ସୁରେନ ବୋଲି ଜଣା ପଡିଛି l ମୃତ ବ୍ୟକ୍ତି ଜଣକ ଟ୍ରେନରୁ
ପଡ଼ିଯିବା ଦେଖି ଟ୍ରେନ ଭିତରେ ଥିବା ଜଣେ ଯାତ୍ରୀ ରେଲୱେ ହେଲ୍ପ ଲାଇନ ନମ୍ବରକୁ ଯୋଗାଯୋଗ କରିଥିଲେ l ଜିଆରପି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଖସି ପଡିଥିବା ବ୍ୟକ୍ତିକୁ ଡୁଙ୍ଗୁରିପାଳି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ଡୁଙ୍ଗୁରିପାଲି ଡାକ୍ତରଖାନାରେ ମୃତ ଦେହକୁ ଜିଆରପି ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ କରିବା ସହ ଘଟଣାର ତଦନ୍ତ ଜାରୀ କରୁଛି l