-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
23-Apr-2025
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
ଚନ୍ଦାହାଣ୍ଡି ବ୍ଳକ୍ ଓ କୁହୁଡି ପଞ୍ଚାୟତ ଅନ୍ତର୍ଗତ ଦହିମାଲ ଗ୍ରାମବାସୀଙ୍କୁ ସ୍ଥାନୀୟ ନବରଙ୍ଗପୁର ବ୍ଳକ୍ ର ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ତରଫରୁ ଆଶ୍ରମର ବରିଷ୍ଠ ରଞ୍ଜନ ନୂତନା ନନ୍ଦ ପାଢୀଙ୍କ ପ୍ରତିନିଧିତ୍ବ ଓ ଆଶ୍ରମ
ଅଧ୍ୟକ୍ଷ ଶ୍ରୀ ରଶ୍ମି ପ୍ରସାଦ ଡ: ନୀଳ କଣ୍ଠ ପାଢୀଙ୍କ ଅଧ୍ୟକ୍ଷତାରେ ଅନ୍ନ ଦାନ କାର୍ଯ୍ୟ କ୍ରମର ଆୟୋଜନ କରା ଯାଇ ଥିଲା ।ଦହିମାଲ ଗ୍ରାମର କେନ୍ଦ୍ର ସ୍ଥଳରେ ପ୍ରଥମେ ରଶ୍ମି ରଞ୍ଜନ ପଦ୍ଧତି ପରେ ସତ୍ ସଙ୍ଗ କାର୍ଯ୍ୟ କ୍ରମ ଓ ପରେ ଗ୍ରାମର ରୁଗ୍ଣ,ଅସହାୟ ଓ ଅଭାବୀମାନଙ୍କୁ ବସ୍ତ୍ର ଓ ଦକ୍ଷିଣା ଦାନ ଓ ପରେ ବିଭିନ୍ନ ସ୍ବାଦିଷ୍ଟ ଅନ୍ନ ବ୍ୟଞ୍ଜନ ପରିବେଷଣ ମାଧ୍ଯମରେ ସମସ୍ତ ଗ୍ରାମବାସୀଙ୍କୁ ଅନ୍ନ ଦାନ ଓ ଭଗବଦ୍ ଗୀତା ବଣ୍ଟନ କରା ଯାଇ ଥିଲା।ଏହି କାର୍ଯ୍ୟକ୍ରମ ପରିଚାଳନାରେ ଦହିମାଲ ଗ୍ରାମର ସଜ୍ଜନ ରୋହିତ ନାୟକ,ଶୁକଳ ମାଝୀ, କୃତ୍ତିବାସ ସାହୁ,ଭଜନ ମାଝୀ ପ୍ରମୁଖ ସହଯୋଗ କରି ଥିବା ବେଳେ ଆଶ୍ରମ ପରିବାରର ଜଗନ୍ନାଥ ଶତପଥୀ, ଗୈ।ତମ ବିଷୋୟୀ, ଇନ୍ଦୁମତୀ ପାଢୀ, ବିକାଶ ରଞ୍ଜନ ପାଢୀ, ଦଶମୁ ପାତ୍ର, ଆୟୁଷ୍ମାନ୍ ପୁଜାରୀ, ଅର୍ଜୁନ ମାଝୀ, ମିଲି ହରିଜନ, ଜଗନ୍ନାଥ ମାଝୀ, ଭୁବନେଶ୍ଵର ମାଝୀ, ସନ୍ତୋଷ କୁମାର ପୁଜାରୀ, ଲଛମନ ଭତ୍ରା ପ୍ରମୁଖ ସହଯୋଗ କରିଛନ୍ତି ।