-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
20-Jan-2021
ବଲାଙ୍ଗିର, (ପ୍ରେରଣା ଖବର) : ମହାମାରୀ କରୋନା କୁ ମାତ୍ ଦେବା ପାଇଁ ସଞ୍ଜିବନୀ ପହଂଚି ଯାଇଛି l ଏହାରି ଭିତରେ ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ଙ୍କ ସଂଖ୍ୟା ଆଶାତୀତ ଭବରେ କମିବାରେ ଲାଗିଛି l ଆଜି ପାଇଁ ଖୁସି ଖବର ହେଲା ଆଜି ବଲାଙ୍ଗିର ଜିଲ୍ଲାରେ ମାତ୍ର ତିନି ଜଣ ଙ୍କୁ କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି l ବଲାଙ୍ଗିର ସଦର ବ୍ଲକ ଖୁଟପାଲି ଗାଁ ରୁ ଜଣେ , ମୁରିବାହାଲ ବ୍ଲକ ଗୁଡି ଘାଟ ଗାଁ ରୁ ଜଣେ ଏବଂ ଗୁଡ଼ଭେଲା ବ୍ଲକ ମାଡେକେଲl ରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଆଜି ପର୍ଯ୍ୟନ୍ତ ଜିଲ୍ଲାରେ 15 ଟି ଆକ୍ଟିଭ କେଶ୍ ରହିଥିବା ବେଳେ ମୋଟ୍ 8746 ଜଣ କରୋନା ପଜିଟିଭ ଚିହ୍ନଟ ହୋଇ ସାରିଲେଣି l ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ 8690 ଜଣ ବ୍ଯକ୍ତି କରୋନା ରୁ ସୁସ୍ଥ ହୋଇସାରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l