-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
20-Apr-2025
କଣ୍ଟାମାଳ(ଜୟ କୁମାର ମହାରଣା): ଭାରତୀୟ ଜନତା ପାର୍ଟି ପକ୍ଷରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସlଗୋରା ପଞ୍ଚାୟତ ର ପରା ଠାରେ ଭାଜପା ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କଣ୍ଟାମାଳବିଧାୟକ କହ୍ନେଇ ଚରଣ ଡାଙ୍ଗ, ବରିଷ୍ଠ ନେତା ନବୀନ ମହାପାତ୍ର, ଚିତ୍ତରଞ୍ଜନ ପାତ୍ର, ୨ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ପଦ୍ମାଳୟା ପ୍ରଧାନ, ୪ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ରାକେଶ ତ୍ରିପାଠୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନିଲ କୁମାର ପ୍ରଧାନ, ଯୁବନେତା ଓମପ୍ରକାଶ ମିଶ୍ର ପ୍ରମୁଖମଂଚାସୀନ ଥିଲେ l ଭଜପା ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ମଜବୁତ ଓ ସକ୍ରିୟ କରିବା ସହ ରାଜ୍ୟ ଓ କେନ୍ଦ୍ର ର ବିଭିନ୍ନ ଜନକଲ୍ୟାଣ କାରୀ ତଥା ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ବିଧାୟକ ଶ୍ରୀ ଡାଙ୍ଗ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ l ଯୁଗାନ୍ତକାରୀ ଅନ୍ତୋଦୟ ଗୃହ ଯୋଜନା,ସୁଭଦ୍ରା ଯୋଜନା,କେନ୍ଦ୍ରସରକାରଙ୍କ
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ଼ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ର ସ୍ୱାସ୍ଥ୍ୟ କାର୍ଡ ସମେତ ବିଭିନ୍ନ ଯୋଜନାର ସୁଫଳ କିପରି ଲୋକଙ୍କ ନିକଟକୁ ପହଞ୍ଚି ପାରିବ ଓ ଲୋକେ ଯୋଜନା ସମ୍ପର୍କ ରେ ସଚେତନ ହେବେ ସେସମ୍ପର୍କରେ କର୍ମୀଙ୍କୁ ମାର୍ଗଦର୍ଶନ କରି ଥିଲେ l ପିନାକଧର ରଣା ସଭା ପରିଚାଳନା ଓ ଯୀଶୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବହୁ ସଂଖ୍ୟାରେ ସକ୍ରିୟ ସଦସ୍ୟମାନେ ଯୋଗ ଦେଇ ଥିଲେ l