-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
13-Apr-2025
ଆଗଲପୁର, (ପ୍ରେରଣା ଖବର) ଆଜି ଓଡିଶା ରେ ଆୟୁଷ୍ମାନ ଯୋଜନା ର ଶୁଭାରମ୍ଭ ହୋଇଯାଇଛି। ଯୋଜନା ର ଶୁଭାରମ୍ଭ ପାଇଁ କଟକ ର ବାଲିଯାତ୍ରା ପଡ଼ିଆରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଶୁଭାରମ୍ଭ କରିଥିଲେ। ଏହାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରତ୍ୟକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସରକାର ପ୍ରୟାସ କରିଛନ୍ତି। ଏଥି ପାଇଁ ପ୍ରତ୍ୟେକ ବ୍ଲକ୍ ରେ ଏହି କାର୍ଯକ୍ରମ କୁ ଭିଡିଓ ବାର୍ତ୍ତା ମାଧ୍ୟମରେ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ପଞ୍ଚାୟତ ସ୍ତରରେ କାର୍ଯ୍ୟକ୍ରମ ମାନ ଆୟୋଜନ କରା ଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଗଲପୁର ବ୍ଲକ ର ରୋଥ ଆରୋଗ୍ୟ କେନ୍ଦ୍ର ଠାରେ ଏହି କାର୍ଯକ୍ରମ ର ସିଧା ପ୍ରସାରଣ କରା ଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ରୋଥ ସରପଞ୍ଚ ଶ୍ରୀ ଜୟଲାଲ ସିନ୍ଦୂର ଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା। ପାଞ୍ଚଟି ଗ୍ରାମ ପଞ୍ଚାୟତ ର ଲୋକେ ଏହି କାର୍ଯ୍ୟକ୍ରମ ରେ ସାମିଲ ହେବା କଥା କିନ୍ତୁ ତାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। କେବଳ ରୋଥ୍ ପଞ୍ଚାୟତ କୁ ଛାଡିଦେଲେ ଆଉ କୌଣସି ପଞ୍ଚାୟତ ରୁ ଲୋକମାନେ ଆସି ନ ଥିଲେ। ବଲାଙ୍ଗୀର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ଉମେଶ ପଟେଲ୍ ଓ ବ୍ଲକ୍ ଏ ପି ଓ ମେଡ଼ମ୍ ଉପସ୍ଥିତ ଥିଲେ।ବହୁ କମ ସଂଖ୍ୟକ ଲୋକ ଜମା ହୋଇଥିବାର ଦେଖିବାକୁ ମିଳିଥିଲା। ଅନ୍ୟ ପଞ୍ଚାୟତ ର ସରପଞ୍ଚ ମାନେ ମଧ୍ୟ ଆସିନଥିଲେ। ଚଉକି ଗୁଡ଼ିକ ଖାଲି ଦେଖିବାକୁ ମିଳିଥିଲା l ଅନ୍ୟ ପଞ୍ଚାୟତ ର କୌଣସି କର୍ମଚାରୀ ମାନେ ମଧ୍ୟ ଆସି ନଥିବାର ଦେଖିବାକୁ ମିଳିଥିଲା। ରୋତ ପଞ୍ଚାୟତ ର କର୍ମଚାରୀ , ରୋଥ ଆରୋଗ୍ୟ କେନ୍ଦ୍ର ର କିଛି ଅଧିକାରୀ ଥିବାର ଦେଖିବାକୁ ମିଳିଥିଲା। ଆଜି ଏହି ଶୁଭାରମ୍ଭ ର ସିଧା ପ୍ରସାରଣ ପରେ ପଞ୍ଚାୟତ ର କିଛି ଲୋକଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରିଥିଲେ। ପଞ୍ଚାୟତ ର କେତେକ ଆଶା କର୍ମୀ ଓ ମହିଳା ମାନେ ଯୋଗ ଦେଇଥିଲେ। ଶେଷରେ ଆୟୁଷ୍ମାନ ବୟୋ ବନ୍ଦନା ରଥ ର ଶୁଭାରମ୍ଭ କରା ଯାଇଥିଲା l