-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
13-Apr-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସହର ଗଡଭିତର ଠାରେ ରବିବାର ବିନିକା ଡ଼ୁମାଲ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ପରିପ୍ରେକ୍ଷୀରେ ମାହେଶ୍ୱରୀ ସେନା ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟଅତିଥି ଭାବେ ଡ଼ୁମାଲ ପରିବାର କେନ୍ଦ୍ରୀୟ ସଭାପତି ବିଜୟ ମହାକୁଡ଼ ଯୋଗଦେଇ ଫିତାକାଟି ଶିବିରକୁ ଉଦଘାଟନ କରିଥିଲେ l ସମ୍ମାନୀୟ ଅତିଥି ଭାବେ ସାଧାରଣ ସମ୍ପାଦକ ଦେବାଶିଷ କଳତା,ଉପ ସଭାପତି ହରିହର ଚନ୍ଦ, କୋଷାଧକ୍ଷ ଡୋଳାମଣି ବାରିକ,ସଂଯୋଜକ ଗୋପାଳ ବାରିକ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ସମାଜର ଉନ୍ନତି ଦିଗରେ ଉପସ୍ଥିତ ସମାଜ ଜାତି ଭାଇ ଓ ମାଁ ମାଉସୀ ଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।ଅନୁଷ୍ଠିତ ଏହି ଶିବିରରେ ୭ଜଣ ମହିଳାଙ୍କ ସମେତ ମୋଟ ୩୧ଜଣ ରକ୍ତଦାନ କରିଥିଲେ l ବୁର୍ଲା ରକ୍ତଭଣ୍ଡାର ପରିଚାଳକ ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ କର୍ମଚାରୀ ଆସି ରକ୍ତ ଦାତାଙ୍କ ଠୁଁ ରକ୍ତ ସଂଗ୍ରହ କରିଥିଲେ ।ଏହି ଶିବିର ଓ ବାର୍ଷିକ ବୈଠକ ପରିଚାଳନାରେ ସମାଜ ସଦସ୍ୟ ଭୁବନେଶ୍ୱର ପାତ୍ର,ଗନ୍ଧର୍ବ ମାହାର, କାହ୍ନୁଚରଣ କର୍ଣ୍ଣ ପ୍ରମୁଖ ସହଯୋଗ କରିଥିଲେ l
ବାର୍ଷିକ ବୈଠକରେ ବ୍ଲକ ଓ ଏନଏସିର ବିଭିନ୍ନ ଗ୍ରାମରୁ ଶତାଧିକ ସମାଜ ପ୍ରେମୀ ସଦସ୍ୟ ଯୋଗଦେଇଥିଲେ ।