-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
13-Apr-2025
ଅମ୍ବାଭୋନା (ପ୍ରକାଶ ଚନ୍ଦ୍ର ରଥ) ଶନିବାର ଦିନ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ଦ୍ବାରୀ ଗ୍ରାମପଞ୍ଚାୟତର ଦ୍ୱାରି(କାଶିପାଲି) ମାଁ ଦୁର୍ଗା ମନ୍ଦିର ଠାରେ ମାଁ ବାସନ୍ତୀକ ଦୂର୍ଗାପୂଜା ପଣ୍ଡିତ ଲୋକନାଥ ଦାଶ ଓ ପଣ୍ଡିତ ଗୈାର ଚନ୍ଦ୍ର ପଣ୍ଡା ଙ୍କ ପୌରୋହିତ୍ୟରେ ଓ କାଶିପାଲି ମାଁ ଦୁର୍ଗା ଟ୍ରଷ୍ଟ ବୋର୍ଡ ସଦସ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମାଁ ବାସନ୍ତୀକ ଦୂର୍ଗାପୂଜା ଉଦ୍ ଯାପିତ ହୋଇଯାଇଛି । ଏହି ପୂଜାରେ କଲମୀ ର କିଶୋର କୁମାର ନାୟକ ଓ ଅନୁପମା ନାୟକ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ । ଅଷ୍ଟ ପ୍ରହରୀ ନାମ ଯଜ୍ଞ ରେ କଣ୍ଡପଲା ର ଉଦ୍ଧବ ନାୟକ ଓ ହେମଲତା ନାୟକ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ । ଏହି ଉତ୍ସବରେ ଭକ୍ତଙ୍କ ପାଇଁ ବୈଠକି କୀର୍ତ୍ତନ ର ବ୍ୟବସ୍ଥା ସହ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା । ଏହି ଉତ୍ସବରେ ଆଖ ପାଖ ଅଞ୍ଚଳରୁ ଶତାଧିକ ଭକ୍ତଙ୍କ ଜନ ସମାଗମ ହୋଇଥିଲା।