-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
13-Apr-2025
(ଡୋଲେଶ୍ବସ ବାଗ )
ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ନ୍ୟାସନାଲ କଲେଜ୍ ପରିସର ମଧ୍ୟରେ କଲେଜ୍ ଅଧ୍ୟକ୍ଷ ହିତେଶ ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଓଡ଼ିଶା ପକ୍ଷ ପାଳନ ନେଇ ନୂଆପଡ଼ା ଜିଲ୍ଲାର ବରପୁତ୍ର ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ର ରେ ୧୦ ଜଣ ବରପୁତ୍ର ଙ୍କ ବିଷୟ ରେ ୧୦ ଜଣ ଆଲୋଚକ ନିଜ ଗବେଷଣାତ୍ମକ ବିଷୟ ବସ୍ତୁ ରଖିଥିଲେ। ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ବରଚିତ କବିତା ଆବୃତ୍ତି କରିଥିବା ସଭାରେ ଡ଼.ସୁଶାନ୍ତ କୁମାର ବିଶି, ଅଶୋକ କୁମାର ପଟ୍ଟନାୟକ, ଲୋହୀତାକ୍ଷ ଯୋଷୀ, ଡ଼, ଗୀତା ଶ୍ରୀ ପ୍ରିୟମ୍ବଦା, ଶିବ ପ୍ରସାଦ ସା, ଡ଼ ସୁଶାନ୍ତ କୁମାର ମୁଣ୍ଡ, ମାୟାଧର ସରାଫ, ଗୌରାଙ୍ଗ କୁମାର ସାହୁ, ବୈଷ୍ଣବ ମେହେର, ଅଧ୍ୟାପକ ସାମୁଏଲ୍ ଦାନୀ, ପ୍ରଦ୍ୟୁମ୍ନ ଚିନ୍ଦା ପ୍ରମୁଖ ଯୋଗ ଦେଇ ବରପୁତ୍ର ଙ୍କ ସାଧନା ଉପରେ ଉପସ୍ଥାପନା କରିଥିଲେ। ନୂଆପଡ଼ା ଜିଲ୍ଲା ରେ ସାହିତ୍ୟ ସାଧନା କ୍ଷେତ୍ର ରେ ଓଡ଼ିଆ ସାହିତ୍ୟ କୁ ଅମୂଲ୍ୟ ଦାନ ରହିଅଛି। ଭାଷା କୁ ସମୃଦ୍ଧ କରି ଓଡ଼ିଶା ରେ ଅଂଶ ବିଶେଷ ହେବା ନେଇ ସାହିତ୍ୟ ସାଧନା ଏକମାତ୍ର ବଳିଷ୍ଠ ଉପାଦେୟ ପାଲଟିଥିଲା।ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସହ ମହିଳା ଓ ପୁରୁଷ ସାହିତ୍ୟିକ ଯୋଗ ଦେଇଥିଲେ।