-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
13-Apr-2025
ଯାଜପୁର/ବରୀ(ରଞ୍ଜିତ ମହାନ୍ତି): ଓଡିଶା ଡ୍ରାଇଭର ମହାସଂଘ ଯାଜପୁର ଜିଲ୍ଲା ବରୀ ବ୍ଲକ ଶାଖା ପକ୍ଷରୁ ମାଳଦା ଛକ ଠାରେ ସାଂଗଠନିକ ବୈଠ ବଂଧୁମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି, ରାଜ୍ୟ କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରା, ସାଂଗଠନିକ ସମ୍ପାଦକ ମାନସ ରଞ୍ଜନ ଦେବତା, ବରୀ ବ୍ଲକ ସଭାପତି ହୀରାଲାଲ, ସମ୍ପାଦକ ଅଶୋକ ଦଳେଇ, ଛତିଆ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ଅଧକ୍ଷ ଓ ପ୍ରଶିକ୍ଷକ ପ୍ରମୁଖ ଉପସ୍ଥିତ ରହି ସଂଘର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ପ୍ରଥମେ ବରୀ ପୁରୁଣା ତହସିଲ ଠାରୁ ଏକ ବିଶାଳ ମୋଟର ସାଇକେଲ ରାଲିରେ ରାଜ୍ୟ ସଭାପତି ଓ ଅନ୍ୟ ଅତିଥୀମାନଙ୍କୁ ସଭାସ୍ଥଳକୁ ପାଛୋଟି ଆଣିଥିଲେ ଏହି ଶାଖାର କର୍ମକତ୍ତାମାନେ। ସାସ୍କୃତିକ କାର୍ଯ୍ୟକର୍ମ ସହ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ମୃତକ ସଦସ୍ୟମାନଙ୍କ ପରିବାରକୁ ଆର୍ଥକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା