-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
12-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଆଜି ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ଦ୍ୱାରା ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି।ସେମିନାରକୁ ଅଧ୍ୟକ୍ଷ ପ୍ରଫେସର ଲଳିତ ମୋହନ ପଣ୍ଡା ଉତଘାଟନ କରି ଛାତ୍ରଛାତ୍ରୀ ମାନଙ୍କ ସେମିନାର ଦ୍ୱାରା ଜ୍ଞାନ ସହ ଆତ୍ମବିଶ୍ୱାସ ଓ ଚିନ୍ତନ ଶକ୍ତି ବୃଦ୍ଧି ହୋଇଥଏ ବୋଲି ବକ୍ତବ୍ୟ ରଖି ପ୍ରୋତ୍ସାହିତ କରିଥିଲେ।ଏହି ସେମିନାରରେ ବାଣିଜ୍ୟ ବିଭାଗ ମୁଖ୍ୟ ଶ୍ରୀ ନବକୃଷ୍ଣ ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ବର୍ତ୍ତମାନ ଯୁଗରେ ଷ୍ଟାର୍ଟ ଅଫ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ସ୍ୱାବଳମ୍ବି ହେବା ପାଇଁ ମନ୍ତବ୍ୟ ରଖିଥିଲେ।ତୃତୀୟ ବର୍ଷ ଛାତ୍ର ମୋହମ୍ମଦ ଶାବାଜ଼ "ଟାଟା ଗ୍ରୁପ୍: ଉଦ୍ୟମିତା ଓ ସାମାଜିକ ପ୍ରଭାବର ଏକ ବିରାସତ" ଶୀର୍ଷକ ଉପସ୍ଥାପନ କରିଥିଲେ।ଉକ୍ତ ସମ୍ପାନ ରେ ବିଭାଗ ର ଅଧ୍ୟାପକ ବ୍ରଜ କୁମ୍ଭାର, ଅଧ୍ୟାପିକା ନିଖତ ଅଞ୍ଜୁମ, ଅଧ୍ୟାପିକା ଲିପସା ଚନ୍ଦ୍ରକାର, ଅଧ୍ୟାପକ ଜଗବନ୍ଧୁ ସୁରୁଜଲ
ମଞ୍ଚାସୀନ ଥିଲେ।ସେମିନାର ପରେ ଯୁକ୍ତ ତିନି ର ପ୍ରଥମ ଓ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀ ତୃତୀୟ ବର୍ଷ ପ୍ରସ୍ଥାନମାନ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ସେମିନାର କୁ ସଫଳ କରିବା ପାଇଁ ଏମଡି. ମୋଇନ, ଅନିଲ ମାଝୀ ଙ୍କ ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।ପରିଶଷରେ ପ୍ରାଚି ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ।