-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
12-Apr-2025
ବଲାଙ୍ଗୀର(ଦେବାଶିଷ ବହିଦାର): ଆଜି ସନ୍ଧ୍ୟାରେ ସ୍ଥାନୀୟ ସୁଦପଡା ଉମିଆ ଇଣ୍ଡଷ୍ଟ୍ରିସ ରେ ବଲାଙ୍ଗୀର ଜିଲ୍ଲା ଫ୍ଲାଇ ଆସ ବ୍ରିକ୍ସ ଇଣ୍ଡଷ୍ଟ୍ରିସ ଆସୋସିଏସନର ବୈଠକ ଆସୋସିଏସନର ସଭାପତି ପ୍ରକାଶ କୁମାର ନେପାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ସମ୍ପାଦକ ଦିବ୍ୟଜ୍ୟୋତି ପୁରୋହିତ ସମସ୍ତ ସଭ୍ୟ ମାନଙ୍କୁ ସ୍ୱାଗତ କରିବା ସହ ବୈଠକ ଆୟୋଜନ ର ଉଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ l ସମ୍ପ୍ରତି ଫ୍ଲାଇଆସ ଇଟା ପାଇଁ ଆବଶ୍ୟକ କଞ୍ଚାମାଲର ଅହେତୁକ ଦାମ ବୃଦ୍ଧି, ବାଲିର ଅଭାବ, ଲାଲ ମାଟିଇଟାର ବହୁଳ ଉତ୍ପାଦନ ଓ ବଜାରରେ କମ ମୂଲ୍ୟରେ ବିକ୍ରି ତଥା ସରକାରଙ୍କ ଉଦାସୀନତା ବିଷୟରେ ଆଲୋଚନା ହୋଇଥିଲା l ବାଲି ଯୋଗାଣରେ ଅନିମିୟତା ଓ କଟକଣା ତଥା ଲାଲ ଇଟା ଉତ୍ପାଦନରେ କୌଣସି ପ୍ରକାର କଟକଣା କରା ନ ଯାଇ ମୃତ୍ତିକା କ୍ଷୟ,, ଜଙ୍ଗଲ ଅବକ୍ଷୟ ଓ ପରିବେଶ ଦୂଷିତ କୁ ପ୍ରୋତ୍ସାହନ ଦିଆଯାଉଥିବାର ପରିଲକ୍ଷିତ ହେଉଥିବାରୁ ସଭାପତି ପ୍ରକାଶ ନେପାକ ଉଦବେଗ ପ୍ରକାଶ କରିଥିଲେ l ପେଭର ବ୍ଲକ ଇଣ୍ଡଷ୍ଟ୍ରି କରି ବେରୋଜଗାର ଯୁବକ ମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ତଥା ମାଟି ତଳେ ଜଳ ସଂରକ୍ଷଣ କୁ ବଜାୟ ରଖାଯିବା ପାଇଁ ପେଭାର ବ୍ଲକ ରାସ୍ତା ନିର୍ମାଣ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯିବା ସତ୍ୱେ ବର୍ତମାନ ପୁଣି କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଛି l ସାମ୍ପ୍ରତିକ ପରିସ୍ଥିତିରେ କେତୋଟି ଇଣ୍ଡଷ୍ଟ୍ରି ବନ୍ଦ ହୋଇଯାଇଛି ଏବଂ ଭବିଷ୍ୟତ ରେ ଆହୁରି ଅସୁବିଧା ହେବାକୁ ଥିବାରୁ ସମସ୍ତ ସଭ୍ୟ ଜିଲ୍ଲା ପ୍ରଶାସନ, ଜଙ୍ଗଲ ବିଭାଗ, ବଲାଙ୍ଗୀର ପୌର ପରିଷଦ, ପରିବେଶ ବିଭାଗକୁ ଅବଗତ କରାଇବା ପାଇଁ ବୈଠକ ରେ ନିଷ୍ପତ୍ତି ଗ୍ରହଣ କରାଗଲା l ଉପସଭାପତି ଅକ୍ଷୟ ତ୍ରିପାଠୀ ସମସ୍ତ ୨୮ ଟି ଫ୍ଲାଇ ଆସ ଇଣ୍ଡଷ୍ଟ୍ରି ଓ ପେବର ବ୍ଲକ ଇଣ୍ଡଷ୍ଟ୍ରି ମାନଙ୍କୁ ଆଜିର ବୈଠକ ରେ ଯୋଗଦାନ କରି ଆଗାମୀ କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ସମ୍ମତି ପ୍ରଦାନ କରି ଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ l