-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
12-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଆଜି ଚୈତ୍ର ପୁର୍ଣିମା ଶନିବାର ତା.୧୨.୦୪.୨୦୨୫ ପଦ୍ମପୁର କଣ୍ଟାପଡା ଠାରେ ମାଂ ମଙ୍ଗଳାଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ ଏବଂ ସହଯୋଗୀ ମାନେ ପୂଜାର୍ଚନା ଏବଂ ଚଣ୍ଡୀପାଠ ଆରମ୍ଭ କରିଥିଲେ । ସମ୍ବଲପୁର ସିନ୍ଦୁରପଙ୍ଖ ପାଖ ଖଇରପାଲି ର ମୀନକେତନ ମେହେର ଏବଂ ତାଙ୍କ ଧର୍ମ ପତ୍ନୀ ଗୀତାଞ୍ଜଳି ମେହେର ତାଳଚେର ରୁ ଆଗତ ଭଜରାଜ ବଳସାମନ୍ତ ଓ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ବଳସାମନ୍ତ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ । ସକାଳ ଘ.୭.୦ ଟାରେ ପୂଜା ଆରମ୍ବ ହୋଇ ଥିଲା ଏବଂ ବୈଲଯାତ୍ରା ହୋଇ ହଜାର ଲୋକଙ୍କ ସମାଗମ ହୋଇ ସମସ୍ତ ଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା ।