-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ବିସ୍ଥାପିତ ଙ୍କ ସମସ୍ୟାର ସମାଧାନ ନିମନ୍ତେ ଆସିଲା ବିଭିନ୍ନ ପ୍ରସ୍ତାବ: ପ୍ରଶାସନ ଓ ସରକାରଙ୍କୁ ମହୋତ୍ସବ ଜରିଆରେ କରାଗଲା ଦୃଷ୍ଟିଆକର୍ଷଣ

12-Apr-2025




ଶାନ୍ତି, ମୁକ୍ତି, ପ୍ରଗତି ନହେଲେ ହେବ କ୍ରାନ୍ତି- ନରସିଂହ

ବଲାଙ୍ଗିର(ପ୍ରେରଣା ଖବର): ଅଂଚଳର ଲୋକେ ସରଳ, ଏକ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆମ ଲୋକେ ନିଜର ଘର ଦ୍ୱାର, ଜମି, ଜଙ୍ଗଲ, ବିଦ୍ୟାଳୟ, ମନ୍ଦିର, ଆତ୍ମୀୟ ସ୍ୱଜନ ଛାଡି କିଏ ଥଇଥାନ କଲୋନି ଗଲେ କିଏ ପୁଣିି ନିଜସ୍ୱ ଉଦ୍ୟମରେ ଥଇଥାନ ହେଲେ । ଏହି ଜିଲ୍ଲା ଶସ୍ୟ ଶ୍ୟାମଳ ହେବ ବୋଲି, ପ୍ରଗତି ର ରାସ୍ତା ରେ ଆଗକୁ ବଢିବ ବୋଲି ନିଜର ସବୁ କିଛି ତ୍ୟାଗ କଲେ କିନ୍ତୁ ଏପରି ଏକ ଘଡିସନ୍ଧି ସମୟରେ ପ୍ରଶାସନ ଓ ସରକାର ସମ୍ବେଦନଶୀଳ ହେବା ବଦଳରେ ତାଙ୍କୁ ସର୍ବନିମ୍ନ ମୌଳିକ ଅଧିକାର ପ୍ରଦାନ କୁ ମଧ୍ୟ ନିଶ୍ଚିତ କରି ପାରିପାରିଲେ ନାହିଁ । ତେଣୁ ଏହି ଶାନ୍ତିପୂର୍ଣ୍ଣ ଲୋକେ ଅଂଚଳର ପ୍ରଗତି ପାଇଁ ନିଜେ ସେମାନେ ସମସ୍ୟାରେ ଜର୍ଜରିତ । ତେଣୁ ଲୋକମାନଙ୍କୁ ସମସ୍ୟାରୁ ମୁକ୍ତି ନିହାତି ଦରକାର ନ ହେଲେ ପ୍ରଶାସନ ଓ ସରକାର ଜାଣି ରଖନ୍ତୁ ଏହି ଅଂଚଳର ଲୋକଙ୍କ ମନରେ କ୍ରାନ୍ତୀର ନିଆଁ ଲାଗିବ ବୋଲି ଆଜି ଲୋୟର ସୁକତେଲ ଡେମ୍ ପାଦ ଦେଶରେ ଆୟୋଜିତ ବନଦୁର୍ଗା ମହୋତ୍ସବର ଉଦ୍‌ଯାପନି ସନ୍ଧ୍ୟାରେ ଉତ୍ସବ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ ଶାନ୍ତି, ମୁକ୍ତି, ପ୍ରଗତି ନହେଲେ କ୍ରାନ୍ତୀ ହେବ ବୋଲି ବାର୍ତ୍ତା ଦେଇଛନ୍ତି । ଗତ ୫ ଦିନ ଧରି ଚାଲିଥିବା ଏହି ଉତ୍ସବର ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏହି ଅଂଚଳର ବିସ୍ଥାପିତମାନେ ଭୋଗୁଥିବା ସମସ୍ତ ସମସ୍ୟା କୁ ସମାଧାନ କରିବା ପାଇଁ ସାମୁହିକ ଉଦ୍ୟମ ଲୋଡା ବୋଲି କହିଥିଲେ ।  ମୁଖ୍ୟବକ୍ତା ପୂର୍ବତନ ଅର୍ଥ ମନ୍ତ୍ରୀ ପଂଚାନନ କାନୁନଗୋ ବିସ୍ଥାପିତଙ୍କ ମୌଳିକ ଅଧିକାର ର ସୁରକ୍ଷା କୁ ଯେପରି ନିଶ୍ଚିତ କରାଯିବ ସେ ଦିଗରେ ପ୍ରସ୍ତାବ ଓ ଦାବିପତ୍ର ମାଧ୍ୟମରେ ସରକାରଙ୍କୁ ଅବଗତ କରିବା ପାଇଁ କହିଥିଲେ । ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଓ କଥାକାର ରବି ଦାସ କହିଥିଲେ ଏ ମହୋତ୍ସବ ସାରା ଦେଶରେ ବିରଳ, ଜଳସେଚନ ପାଇଁ ନିଜର ବହୁମୁଲ୍ୟ ଚାଷ ଜମି ହରାଇଥିବା ଲୋକଙ୍କୁ ସରକାର ଜମି ବଦଳରେ ଜମି ଦେଇପାରିଲା ନାହିଁ ବୋଲି ପ୍ରଶ୍ନ କରିଥିଲେ । ଯେହେତୁ ସରକାରଙ୍କ ନିୟମ ଅଛି ଭୂମିହୀନ ବିସ୍ଥାପିତ ଙ୍କୁ ଜମି ଓ ଡିହ ସରକାର ପ୍ରଦାନ କରନ୍ତୁ ବୋଲି ସେ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗୋପାଳଜୀ ପାଣିଗ୍ରାହୀ ସୁକତେଲ ପାଇଁ କରାଯାଇଥିବା ଆନ୍ଦୋଳନ ଓ ସଂଘର୍ଷର କଥା ଲୋକଙ୍କୁ ମନେ ପକାଇଥିଲେ । ସାମ୍ବାଦିକ ଅଖିଳ ହୋତା ଏହି

ଉତ୍ସବକୁ ଏକ ଐତିହାସିକ ମହୋତ୍ସବ କରିବା ସହ ଏଠାରେ ଆୟୋଜିତ ହେଉଥିବା ନୃତ୍ୟ ସଂଗୀତ ଆଗାମୀ ଦିନରେ ଲୋକଙ୍କର ସମସ୍ୟା ସମାଧାନ ନ ହେଲେ ପ୍ରଳୟ ହୋଇପାରେ ବୋଲି କହିବା ସହ ଏହି ନୃତ୍ୟଗୀତ ଦାବି ହାସଲ ପାଇଁ ଶିବଙ୍କ ତାଣ୍ଡବ ନୃତ୍ୟର ପରିବର୍ତ୍ତନ ହୋଇପାରେ ବୋଲି ମନେ ପକାଇଥିଲେ । ଉତ୍ସବ ସ୍ଥଳରେ ବିସ୍ଥାପିତମାନେ ନିଜର ବିଭିନ୍ନ ଦାବିପତ୍ର କୁ ଅତିଥି ଓ ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିଲେ । ମାଗୁରବେଡା ସରପଂଚ ସଂଜୟ ଗଡତ୍ୟା ଙ୍କ ସଭାପତିତ୍ୱରେ ହୋଇଥିବା ଉଦ୍‌ଯାପନି ସଭାକୁ ସହ-ସଂପାଦକ ବିକାଶ ରଂଜନ ରଥ ସଂଯୋଜନା କରିଥିଲେ ।  ସଂପାଦକ ଜୟକୃଷ୍ଣ ମିଶ୍ର ସାଂସ୍କୃତିକ  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉପ-ସଭାପତି କୈଳାସ ଚନ୍ଦ୍ର ସିଂଦେଓ, କୋଷାଧ୍ୟକ୍ଷ ନରେନ୍ଦ୍ର ବିଶି, ସହ କୋଷାଧ୍ୟକ୍ଷ ଭରତ ସାହୁ, କୁସମେଲ ସରପଂଚ କୌସ୍ତୁଭ ସାହୁ, ସରପଂଚ ହିମାଂଚଳ ମେହେର, ଗ.ଶ.ଡୁଙ୍ଗୁରିପାଲି ସରପଂଚ, ଖୁଣ୍ଟପାଲି ସରପଂଚ ତଥା ଉପଦେଷ୍ଟା ଲୋକନାଥ କୁମୁରା, ବେଲାରସିଂ ଭୋଇ, ସୁରୁ ମଟାରୀ, ଟଙ୍କଧର ଗଡତ୍ୟା, ଅଜୟ ଗଡତ୍ୟା, ବ୍ୟାସଦେବ ବନଛୋର, ପ୍ରମୋଦ ପଟେଲ, ଗିରିଧାରୀ ପୁଟା ପ୍ରମୁଖ ସହଯୋଗ କରିଥିଲେ । ଗୋପାଳ ପଣ୍ଡା ଙ୍କ କଂସ ବଧ ବେଶ ଆକର୍ଷଣୀୟ ହୋଇଥିଲା । ଓଡିଶା ସରକାରଙ୍କ ସହାୟତାରେ ଓ ଶିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ର ମିଳିତ ଆନୁକୁଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like