-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
10-Apr-2025
ବିନିକା(ହିମାଂଶୁ ଶେଖର ପୁଟେଲ)ହରେ କୃଷ୍ଣ ହରେ ରାମ ଧ୍ବନିରେ ପ୍ରକମ୍ୱିତ ହୋଇଥିଲା ବିନିକା ସହର।ସ୍ଥାନୀୟ ବିନିକା ଦୈନନ୍ଦିନ ବଜାର ନିକଟ ମାତାମଠ ମନ୍ଦିର ପରିସରରେ ତିନିଦିନ ଧରି ଚାଲିଥିବା ୨୪ପ୍ରହରୀ ନାମଯଜ୍ଞ ଆଜି ନଗର ପରିକ୍ରମା ସହ ଉଦଯାପିତ ହୋଇଯାଇଛି।ଏଥିରେ ବରଗଡ଼,ତୁଲୁଣ୍ଡି,ବାରଙ୍ଗପାଲି,ମହାକୁରଟିକ୍ରା,ଗୋବିନ୍ଦପାଲି,ଦେକୁଲବା,ତଲଗାଁ, ଅଇଁଠାପାଲି ପ୍ରଭୃତିଙ୍କ ସମେତ ପ୍ରାୟ ୧୨ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ନାମ ପରିବେଷଣ ସହ ନଗର ପରିକ୍ରମା କରିଥିଲେ ।ଏଥିରେ ପୂଜକ ଭାବେ ସୁବାସ ବଡ଼ପଣ୍ଡା,କର୍ତ୍ତା ଭାବେ ଶ୍ରୀକୃଷ୍ଣ ସାହୁ ଓ ତାଙ୍କ ଧର୍ମପତ୍ନୀ ପଦ୍ମିନୀ ସାହୁ ଦାୟିତ୍ଵ ନିର୍ବାହ କରିଥିଲେ। ନାମଯଜ୍ଞ ପରିଚାଳନା କମିଟି ସଭାପତି ରାଘବ ଦାସ ଓ ସମ୍ପାଦକ ନବୀନ ପୁରୋହିତଙ୍କ ନେତୃତ୍ରରେ କମିଟି ସଦସ୍ୟ ଓ ସହର ବାସିନ୍ଦା ସହଯୋଗ କରିଥିଲେ ।