-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଟି ଗଣ୍ଡପାଲି ଉ.ପ୍ରା ବିଦ୍ୟାଳୟର ବାର୍ଷିକୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିବେକାନନ୍ଦ ଯୁବକ ସଂଘ ରୁ ଏକ କିର୍ତ୍ତନ୍ୟ ଦଳ ଶୋଭାଯାତ୍ରା ବାହାରି ଅତିଥି ବୃନ୍ଦ ଙ୍କୁ ସ୍ୱାଗତର ସହ ସ୍କୁଲ ପରିସରକୁ ପାଛୋଟି ଆଣିଥିଲେ। ଗ୍ରାମର ପ୍ରତ୍ୟେକ ଘର ସମ୍ମୁଖରେ କଳସ ସ୍ଥାପନ ପୂର୍ବକ ଅତିଥିଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କମିଟିର ଚେୟାର ପାର୍ସନ ରୋହିତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ବରଗଡ଼ ଲୋକସଭାର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ, ସମ୍ମାନୀତ ଅତିଥି ଭାବେ ବିିିିଇଓ ବିଜେପୁର ବଲ୍ଲଭ ମେହେର,ସିଆରସିସି ପ୍ରଭାତ ରଞ୍ଜନ ସାହୁ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମର ଆବାହକ ସ୍କୁଲର ପ୍ରଧାନ ଶିକ୍ଷକ ଶଶିଭୂଷଣ ସାହୁ ବିବରଣୀ ପଠନ କରିଥିଲେ। ଅତିଥି ଗଣ ସ୍କୁଲର ବାର୍ଷିକ ପତ୍ରିକା 'ଅନ୍ୱେଷା'ର ଉନ୍ମୋଚନ କରିଥିଲେ । ପୁରାତନ ଛାତ୍ର ଗୋବିନ୍ଦ ସେଠ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ମକରଧ୍ବଜ ସାହୁ ଅଭିମତ ପ୍ରଦାନ କରିଥିଲେ। ସୁଶିଲ ସୁନା ମଞ୍ଚ ପରିଚାଳନା କରିଥିଲେ। ଉମେଶ ଚନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।ସଭା ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରେକର୍ଡ ଡାନ୍ସ ପରିବେଷଣ ହୋଇଥିଲା। ଶିକ୍ଷକ ଶଶିଭୂଷଣ ସାହୁଙ୍କ ଦ୍ବାରା ରଚିତ ଓ ନିର୍ଦ୍ଦେଶନାରେ ନାଟକ 'ପୁଓ' ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ଜମି ଦାତା ଟୁନୁ ସୁନା ଓ ତାଙ୍କ ବଂଶଧର ନୃତ୍ୟ ନିର୍ଦ୍ଦେଶିକା ପ୍ରତିମା ସେଠ,ସରସ୍ଵତୀ ବିଗ୍ରହ ପ୍ରତିଷ୍ଠାତା ଜଗନ୍ନାଥ ସାହୁ, ଆନୁସଙ୍ଗିକ ସାମଗ୍ରୀ ପ୍ରଦାନ କରିଥିବା ରାମ ପ୍ରସାଦ ସାହୁ, କ୍ଷୀରୋଦ୍ର ବାରିକ, ଭେଙ୍କଟେଶ୍ୱର ସାହୁ ଓ ଭବାନୀ ଶଙ୍କର ସାହୁ ଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବିବେକାନନ୍ଦ ଯୁବକ ସଂଘର ସଭ୍ୟ,ଏସଏମସି ସଭ୍ୟ ସଭ୍ୟା ଓ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ।