-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
10-Apr-2025
କଣ୍ଟାମାଳ(ଜୟ କୁମାର ମହାରଣା): ଓଡ଼ିଶା ସରକାରଙ୍କ ଘୋଷିତ ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଆନୁକୂଲ୍ୟରେ ଦଶମ ଦିବସରେ ଆୟୋଜିତ ହେଉଥିବା ଓଡ଼ିଶାର ଲୋକକଳାକୁ ବିଶ୍ଵବିଦିତ କରିବାପାଇଁ "ଲୋକକଳା ପାଇଁ ଦିନଟିଏ ତଥା ବରିଷ୍ଠ କଳାକାରଙ୍କୁ ସମୂର୍ଦ୍ଧନା ଓ କଳାଗ୍ରାମ ପରିଦର୍ଶନ ଉତ୍ସବର ପାଳନ ନିମନ୍ତେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୁରୁଚରଣ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରିତା କଅଁର,ସମ୍ମାନୀତ ଅତିଥି ଭାବେ ନାଏବ ସରପଞ୍ଚ ନବୀନ କିଶୋର ମେଣ୍ଡିଲି ଯୋଗ ଦେଇ ଲୋକକଳାକୁ ଉଜ୍ଜିବୀତ ରଖି ବିଶ୍ଵ ଦରବାରରେ
ଓଡ଼ିଶାର ଲୋକକଳାକୁ ପ୍ରଶଂସିତ କରାଇଥିବାରୁ ସମସ୍ତଙ୍କୁ କୃତଜ୍ଞ ଜଣାଇଥିଲେ ଓ ଶେଷରେ ସମସ୍ତ କଳାକାରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। କିଛି ସମୟ କଳାକାରମାନଙ୍କ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଶେଷରେ କର୍ମଚାରୀ ଧରଣୀଧର ବିଭାର ଧନ୍ୟବାଦ ଦେଇଥିବାସୁଳେ କର୍ମଚାରୀ ନିରଞ୍ଜନ ଡାଙ୍ଗ ସହଯୋଗ କରିଥିଲେ। ତାପରେ ଲୋକକଳା ଗ୍ରାମ ଘଣ୍ଟାପଡ଼ାକୁ ଯାଇ ଗ୍ରାମରେ ଚାଲୁଥିବା ରାମଲୀଳା ମଣ୍ଡପ ପରିଦର୍ଶନ କରିଥିଲେ।