-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Apr-2025
କଣ୍ଟାମାଳ (ଜୟ କୁମାର ମହାରଣା)ବୌଦ୍ଧ ଜିଲ୍ଲା ଭାରତୀୟ ଜନତାପାର୍ଟି ପକ୍ଷରୁ ସ୍ଥାନିୟ ଟାଉନହଲ ଠାରେ ବିଜେପି ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନାଁଇ ଚରଣ ଡାଙ୍ଗ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ ଯୋଗଦେଇ ଦଳକୁ ତୃଣମୂଳସ୍ତରରୁ ଆହୁରି ସଂଗଠିତ କରିବା ସହିତ ସରକାରଙ୍କ ଜନକଲ୍ୟଣ ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଂଚାଇବାକୁ ଦଳିୟ କର୍ମୀ ଓ ନେତାଙ୍କୁ ଆହ୍ୱାନ କରିଥିଲେ । ଏହି ଅବସରରେ ଜିଲ୍ଲା ର ବରିଷ୍ଠ ବିଜେପି ନେତା ନବୀନ ମହାପାତ୍ର ଙ୍କୁ ଦଳ ତରଫରୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମର୍ଦ୍ଧିତ କରାଯାଇଥିଲା l