-+91-9937148622 |
prerana_bgr@rediffmail.com |
Saturday 11th July 2026 |
R.N.I. Regd No. ODIODI/2010/46693
Breaking News
07-Apr-2025
ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ଡାବୁଗାଁ ସଦର ମହକୁମା ଠାରେ ମାଁ ଠାକୁରାଣୀଙ୍କ ନବ ଦିନ ଯାତ୍ରା ଆରମ୍ବ ହେଲା। ଚଳିତ ବର୍ଷ ମାଁ ଙ୍କ ଯାତ୍ରା ଖୁବ୍ ଧୁମଧାମରେ ଆରମ୍ଭ ହୋଇଛି ରାତ୍ରି ପ୍ରାୟ ସମୟ ୧୦ ଘଣ୍ଟା ବେଳେ ବିରାଟ ଶୋଭାଯାତ୍ରା ରେ ହଜାର ହାଜର ଭକ୍ତଙ୍କ ସହ କଳସୀ ମଣ୍ଡପ କୁ ଆସିଲେ ମା ଠାକୁରାଣୀ ।ନବ ଦିନ ଯାତ୍ରାରେ ମାଁ ୯ ଦିନ ଡାବୁଗାଁ ଅଞ୍ଚଳର ବିଭିନ୍ନ ଗ୍ରାମ ପ୍ରରିକ୍ରମା କରି ଘରକୁ ଘର ବୁଲି ଭକ୍ତଙ୍କ ଠାରୁ ପୂଜା ପାଇଥାନ୍ତି । ପ୍ରତ୍ୟେକ ବର୍ଷ ଏହି ଦିନକୁ ଅଞ୍ଚଳ ଲୋକେ ଅପେକ୍ଷା ରେ ରହିଥାନ୍ତି । ପଡୋଶୀ ଛତିଶଗଡ଼ ରାଜ୍ୟରୁ ମଧ୍ୟ ଏହି ଯାତ୍ରା ଦେଖିବାକୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ବିଶ୍ଵାସ ଅଛି ମାଁଙ୍କ ପୂଜା କଲେ ଦୁଷ୍ଟ ଶକ୍ତି ନିଷ୍କ୍ରିୟ ହୋଇ ରୋଗ ଶୋକ ଦୂର ହୋଇଥାଏ । ଏହି ଯାତ୍ରାରେ କୁମାରୀ ଝିଅ ମାନେ ମାଁ ଙ୍କ ଘଣ୍ଟ କଳସ ଧରି ଖାଲି ପାଦରେ ଚାଲି ଚାଲି ସହରର ସାରା ଘରକୁ ଘର ବୁଲି ପୂଜା ପାଇଥାନ୍ତି । ଠାକୁରାଣୀଙ୍କ ମହିମା ଯୋଗୁଁ ସେମାନେ ଟିକେ ମଧ୍ୟ କଷ୍ଟ ଅନୁଭବ ହୁଏନି ।ନଅ ଦିନ ଏହି ଯାତ୍ରାରେ ସନ୍ଧ୍ୟା ସମୟରେ ନାଟ ଗୀତର ଅସରା ଜମେ