-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
07-Apr-2025
କଣ୍ଟାମାଳ (ପ୍ରେରଣା ଖବର )
ମନମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ମହୁଲ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣା ପଡ଼ିଛି | ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମନମୁଣ୍ଡା ଅବକାରୀ ଅଧିକାରୀ ଶ୍ରୀମତୀ ଜୟନ୍ତୀ ଆଚାର୍ଯ୍ୟ ଙ୍କ ନେତୃତ୍ୱରେ ଏକ ଟିମ୍ ମନମୁଣ୍ଡା ଥାନା ଅନ୍ତର୍ଗତ ଦପଲା ଗ୍ରାମ୍ୟ ରାସ୍ତାରୁ ଚଢାଉ କରି ବିପୁଳ ପରିମାଣର ମହୁଲ ଜବତ କରିଥିବା ବେଳେ ଘଟଣାରେ ଜଣକୁ ଗିରଫ କରାଯାଇଛି | ଜବତ ମହୁଲ ର ପରିମାଣ ୪କୁଇଣ୍ଟାଲ ୮୦କେଜି ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ଜଣକ ହେଲେ ଚିତ୍ତରଞ୍ଜନ ସେଠି (୨୫) ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି | ଏ ସଂକ୍ରାନ୍ତରେ ମନମୁଣ୍ଡା ଅବକାରୀ କାର୍ଯ୍ୟାଳୟରେ ୦୩/୨୫-୨୬ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ଶ୍ରୀମତୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି |