-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
06-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)- ବରଗଡ଼ ଶିଶୁ ଶ୍ରୀ ଭ୍ରାମ୍ୟ ମାଣ ପାଠାଗାର ଆନୁକୁଲ୍ୟରେ ରବିବାର ବସ୍ତି ଅଞ୍ଚଳ ର ଛାତ୍ର ଛାତ୍ରୀ ଙ୍କ ପାଇଁ "ଆସ ଆମେ ପଢ଼ିବା" କାର୍ଯ୍ୟକ୍ରମ ସ୍ଥାନୀୟ ନଦୀ ପଡ଼ା ଠାରେ ଅନୁଷ୍ଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ର ସଂଯୋଜକ ଗୋପବନ୍ଧୁ ପୁରୋହିତ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଉକ୍ତ ବସ୍ତି ରେ ରହୁଥିବା ଛାତ୍ର ଛାତ୍ରୀ ଚୁଟି ଦିବସ ରେ କିପରି ପାଠ ପଢା ରେ ମନୋ ନିବେଶ କରିବେ ସେ ବିଷୟ ରେ ଅଭିଭାବକ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ଛାତ୍ର ଛାତ୍ରୀ ଙ୍କୁ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ଵାରା ମାଗଣା ରେ ଶିକ୍ଷାଦାନ ପ୍ରଦାନ କରାଯାଇଥିଲା ।ଅବସର ପ୍ରାପ୍ତ ଶିକ୍ଷକ ଡ଼ ଡୋଳା ମଣି ସତପଥି ଛାତ୍ର ଛାତ୍ରୀ ଙ୍କୁ ପାଠ ପଢା ସହିତ ପରିବେଶ ସୁରକ୍ଷା ପ୍ରତି ମଧ୍ୟ ଯତ୍ନ ନେବାକୁ ଆହ୍ବାନ ଦେଇଥିଲେ ।ସାମାଜିକ କର୍ମୀ ତଥା ଉପ ଦେଷ୍ଠା ଅର୍ଜୁନ ସେଟ୍ ,ବାସ ମତି ବନଞ୍ଛୋର,ରାଜ୍ କୁମାର ବନଞ୍ଚୋର ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଘରକୁ ଘର ଯାଇ ଅଭିଭାବକ ଙ୍କୁ ସଚେତନ କରିବା ସହ ପାଠ ପଢ଼ିବା ପାଇଁ ଛାତ୍ର ଛାତ୍ରୀ ଙ୍କୁ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସର ରେ କାହାଣୀ ଗୀତ ଓ ନୃତ୍ୟ ମାଧ୍ୟମ ରେ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ ପ୍ରଦାନ କରାଯାଇଥିଲା ।ନଦୀ ପଡ଼ା ଗ୍ରାମ ବାସୀ ଏହି କାର୍ଯ୍ୟକ୍ରମ ପରିଚାଳନା ପାଇଁ ସହଯୋଗ କରିଥିଲେ ।