-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
06-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)- ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବେହେରାପାଲି ଗ୍ରାମଠାରେ ତିନିଦିନ ଧରି ଚାଲୁଥିବା ଷୋହଳ ପ୍ରହରୀ ନାମଯଜ୍ଞ ପୂର୍ଣ୍ଣାହୁତି ସହ ଉଦଯାପିତ ହୋଇ ଯାଇଛି । ଭଟଲୀ ବିଧାୟକ ଇରାସିସ ଆଚାର୍ଯ୍ଯଙ୍କ ମାତା ସିନ୍ଧୁ ନନ୍ଦିନୀ ଆଚାର୍ଯ୍ଯ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା, ସୁବ୍ରତ ବେହେରା, ସୁବୋଧ ପଧାନ ପ୍ରମୁଖ ନାମଯଜ୍ଞ ମଣ୍ଡପକୁ ଆସି ପୂଜାର୍ଚ୍ଚନା କରି ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିଲେ । ଏହି ନାମଯଜ୍ଞରେ ଭାଲୁପାନୀ , ବାଦିପାଲି , କେର୍ମେଲି, ଦାମପାଲି ଓ ସରକଣ୍ଡା ଗ୍ରାମର ରଙ୍ଗୀନ କୀର୍ତ୍ତନ, ବେହେରାପାଲି , ସୋନପୁର ତିନକାନୀ, ବଲାରଙ୍ଗାର ଉଦଣ୍ଡ କୀର୍ତ୍ତନ ଦଳ ସଂକୀର୍ତ୍ତନ ପରିବେଷଣ କରିଥିଲେ । ନଗର ପରିକ୍ରମା କରି ଆଜି ପବିତ୍ର ଶ୍ରୀରାମ ନବମୀ ମଧ୍ଯ ବିଧି ବିଧାନରେ ପାଳନ କରାଯାଇଥିଲା । କର୍ତ୍ତା ଭାବରେ ଲଲିତ କୁମାର ସାହୁ ସପତ୍ନିକ ଦାୟିତ୍ବ ନିର୍ବାହ କରିଥିଲେ । ପୂଜାକାର୍ଯ୍ଯକୁ ପୁରୋହିତ ଗୌତମ ଆଚାର୍ଯ୍ଯ, ରବୀନ୍ଦ୍ର ପଣ୍ଡା, ବୀରବର ମହାପାତ୍ର ସମ୍ପାଦନ କରିଥିଲେ । ଏହି ନାମଯଜ୍ଞକୁ ଗ୍ରାମର କୀର୍ତ୍ତନ ଦଳର ସଦସ୍ୟ, ଯୁବଗୋଷ୍ଠୀ, ଗ୍ରାମବାସୀଙ୍କ ସହଯୋଗରେ ସଫଳ ଭାବରେ ସମାହିତ ହୋଇଛି । ଆଖପାଖ ଅଞ୍ଚଳର ବହୁ ଭକ୍ତଙ୍କ ସମାଗମ ହୋଇଥିଲା ।