-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
06-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ରାମଜୀ ମନ୍ଦିରରେ ରାମ ଜନ୍ମୋମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି।ଦିନ ୧୧ ଟା ସମୟ ଠାରୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ସହିତ ଶ୍ରୀରାମଙ୍କ ମହାସ୍ନାନ ଧ୍ଵଜା ବନ୍ଧନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଇ ଅବସରରେ ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା କର୍ତ୍ତା ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ। ରାଜପୁରୋହିତ ବିଦ୍ୱାନ ପଣ୍ଡିତ କିଶୋର ଚନ୍ଦ୍ର ପୂଜାରୀଙ୍କ ତତ୍ବାବଧାନରେ ହୋମଯଜ୍ଞ ସମେତ ପୂଜାର୍ଚ୍ଚନା କାର୍ଯ୍ୟ ବିଭିନ୍ନ ରିତିନିତି ଅନୁସାରେ ଅପରାହ୍ନ ୩ଟା ସୁଦ୍ଧା ସମ୍ପର୍ଣ୍ଣ ହୋଇଥିଲା।ବହୁ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିଲା।