-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
05-Apr-2025
ଭବାନୀପାଟଣା (ଜଗନ୍ନାଥ ନାଏକ): କୋକସରା ବ୍ଲକ କାଉଡୋଳା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୁଦ୍ରାକ୍ଷର ନାଏକଙ୍କୁ ବୁଧବାର ସ୍କୁଲ ପରିସରରେ ଅଵସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଶିକ୍ଷାବିତ୍ ସୀତାକାନ୍ତ ପଣ୍ଡାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଅଵସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ଜବାହାର
ଉଚ୍ଚ ବିଦ୍ୟାଳୟ କୋକସରାର ପ୍ରଧାନ ଶିକ୍ଷକ ସୁଧିର କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ କାଉଡୋଳା ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ପଣ୍ଡା, ଅବସର ପ୍ରାପ୍ତ ଶିକ୍ଷକ ଭବାନୀଶଙ୍କର ଠାକୁର, ସୁଶାନ୍ତ କୁମାର ସାହୁ , କେନ୍ଦୁଡଙ୍ଗରି ହାଇସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ ନିଳୀମା ନାଏକ , ମାଝିଗୁଡ଼ା ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ପ୍ରଦୀପ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ଦିର୍ଘ ୩୭ ବର୍ଷ ଧରି ଶିକ୍ଷା ର ଆଲୋକ ବର୍ତ୍ତିକା ଜାଲିଥିବା ନିଷ୍ଠାପର, ମେଳାପୀ, ଛାତ୍ର ବତ୍ସଲ ଶିକ୍ଷକ ଙ୍କ ସ୍କୁଲ ପାଇଁ ଅବଦାନକୁ ମନେ ପକାଇବା ସହ ତାଙ୍କ ଅବସର ଜୀବନ ର ମଙ୍ଗଳ କାମନା କରିଥିଲେ। କାର୍ଯ୍ୟକ୍ରମକୁ କାଉଡୋଳା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀକାନ୍ତ ଖମାରି, ଉପେନ୍ଦ୍ର ଅଗସ୍ତି ସମେତ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।