-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||     

HOME   ଜିଲ୍ଲା

ମନରେଗା ମହାଦୁର୍ନୀତି, ଦିଲ୍ଲୀରେ ଗର୍ଜିଲେ ସାଂସଦ, ମନରେଗାରେ ମହାଦୁର୍ନୀତିର ମାଷ୍ଟରମାଇଣ୍ଡ ନବୀନ, ଦାଦନ ଦୁଃଖ ପଛରେ ନବୀନ ପଟ୍ଟନାୟକ । ପ୍ରଦୀପ ଖୋଲିଲେ ମନରେଗା ଦୁର୍ନୀତି ପେଡ଼ି

04-Apr-2025



ବରଗଡ,ଓଡ଼ିଶାରେ ମନରେଗାରେ ମହାଦୁର୍ନୀତି । ମନରେଗା ମହାଘୋଟାଲାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବିଜୁ ଜନତା ଦଳ ସରକାର ସମୟରେ ରାଜ୍ୟରେ ମନରେଗା ଯୋଜାନରେ କୋଟି କୋଟି ଟଙ୍କାର ବ୍ୟାପକ ହେରଫେର ହୋଇଛି । ନିଜ ମନ ମୁତାବକ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ମୋଡ଼ି ମୋକଛି ଦେଇଥିଲେ ନବୀନ ସରକାର । ଏହାର ବଡ଼ ଧରଣର ତଦନ୍ତ ଦାବି କଲେ ବରଗଡ଼ ସାଂସଦ । ଏନେଇ ଏକ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରିବା ସହ ମନରେଗା ଅର୍ଥର ଉଚିତ ଉପଯୋଗର ବୁଝାସୁଝା ପାଇଁ ଏକ ସ୍ଥାୟୀ ଯାଞ୍ଚ ବ୍ୟବସ୍ଥା କରିବାକୁ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି ପ୍ରଦୀପ ପୁରୋହିତ । ସ୍ଥାୟୀ ଯାଞ୍ଚ ବ୍ୟବସ୍ଥା ହେଲେ ଭିବଷ୍ୟତରେ ଏଭଳି ଦୁର୍ନୀତି ବା ଯୋଜନାର ଦୂରୋପଯୋଗକୁ ରୋକି ହେବ ବୋଲି କହିଛନ୍ତି ସାଂସଦ । ଏହାସହ ଉପଯୁକ୍ତ ଶ୍ରମିକଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ କାମ ମିଳିପାରିବ । ଗତ ସରକାରରେ ସମ୍ପୂର୍ଣ୍ଣ ବାଟବଣା ହୋଇଥିଲା ମନରେଗା ଯୋଜନା । ମନ୍ଦ ଉଦ୍ଦେଶ୍ୟ ରଖି ବିଜେଡି ସରକାର ଏହି ଯୋଜନାକୁ ନିଜ ସ୍ୱାର୍ଥରକ୍ଷା ଦିଗରେ ଚଳାଇଥିଲା । ଯେଉଁଥିପାଇଁ ମନରେଗା ଯୋଜନାରେ ଶ୍ରମିକମାନେ ନିଜ ଅଞ୍ଚଳରେ କାମ ନ ପାଇ ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ ବାଧ୍ୟ ହେଉଥିଲେ । ଏହି ଯୋଜନାର ମୂଳ ଉଦ୍ଧେଶ୍ୟ ଥିଲା ଗ୍ରାମାଞ୍ଚଳ ଶ୍ରମିକ ମାନଙ୍କୁ ସର୍ବନିମ୍ନ ୧୦୦ ଦିନର ରୋଜଗାର ଯୋଗାଇବା । କିନ୍ତୁ ଏହାର ବାସ୍ତବ ଚିତ୍ର ହେଉଛି, ଶ୍ରମିକଙ୍କ ବଦଳରେ ବଡ଼ ବଡ଼ ମେସିନ ଦ୍ୱାରା କାମ କରାଗଲା । ଯାହା ଫଳରେ ଶ୍ରମିକ ମାନେ ସେମାନଙ୍କ କାମରୁ ବଞ୍ଚିତ ହେଲେ । ଏହି ବଡ଼ ଅନିୟମିତତା କାରଣରୁ ବହୁତ ସଂଖ୍ୟାରେ ଗ୍ରାମୀଣ ଶ୍ରମିକଙ୍କୁ କାମ ମିଳିଲା ନାହିଁ, ଫଳରେ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟିବାକୁ ବାଧ୍ୟ ହେଲେ । ଏହି ଦୁର୍ନୀତି ଯୋଗୁଁ କେବଳ ଓଡ଼ିଶାର ଗ୍ରାମାଂଚଳର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇନାହିଁ ବରଂ ହଜାର ହଜାର ଗରୀବଙ୍କ ଜୀବନ ଯାପନରେ ବିରାଟ ସଙ୍କଟ ଉପୁଜିଲା । ଏତେବଡ଼ ଦୁର୍ନୀତିର ଚେର ପର୍ଯ୍ୟନ୍ତ ପହଁଚିବା ଲାଗି ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଉ ବୋଲି କେନ୍ଦ୍ର ସରକାରଙ୍କ ନିକଟରେ ଶ୍ରୀ ପୁରୋହିତ ଅନୁରୋଧ କରିଛନ୍ତି । ଭବିଷ୍ୟତରେ ଯେଭଳି ମନରେଗା ଯୋଜନାର ଅର୍ଥ ହରିଲୁଟ୍ ନ ହେବ, ସେଥିପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ସାଂସଦ ଶ୍ରୀ ପୁରୋହିତ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026

You Might Also Like