-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
03-Apr-2025
ବୀରମହାରାଜପୁର(ପ୍ରେରଣା ନ୍ୟୁଜ)ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ପ୍ରକଳ୍ପ ସ୍ତରୀୟ ମାଷ୍ଟର ଟ୍ରେନର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ଚାରି ଦିନ ଧରି ହେବାକୁ ଥିବା ପୋଷଣ ଭି ପଢାଇ ଭି କାର୍ଯ୍ୟକ୍ରମକୁ ବ୍ଲକ ମହିଳା ଓ ଶିଶୁ ପ୍ରକଳ୍ପ ଅଧିକାରୀ ମଞ୍ଜୁଲତା ସ୍ୱାଇଁ ଶୁଭ ଉଦଘାଟନ କରିଥିଲେ l ଉକ୍ତ ତାଲିମ ଶିବିରରେ ଭାରତୀ ମିଶ୍ର,ମିନତୀ ମିଶ୍ର ଆରତୀ ମିଶ୍ର ପ୍ରମୁଖ ତାଲିମ ଦାତା ଭାବରେ ଯୋଗ ଦେଇଥିଲେ,l ତାଲିମ ଶିବିରରେ ୧୦୦ଜଣ ରୁ ଉର୍ଦ୍ଧ ଅଙ୍ଗନବାଡି କର୍ମୀ ଏବଂ ସୁପରଭାଇଜର ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଲିଙ୍ଗରାଜ ବିଶି ପରିଚାଳନା କରିଥିଲେ l