-+91-9937148622 |
prerana_bgr@rediffmail.com |
Monday 27th July 2026 |
R.N.I. Regd No. ODIODI/2010/46693
Breaking News
02-Apr-2025
ଅମ୍ବାଭୋନା (ପ୍ରକାଶ ଚନ୍ଦ୍ର ରଥ )ଉପେକ୍ଷିତପଶ୍ଚିମ ଓଡ଼ିଶାକୁ ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ କୋସଲ ସେନା ତରଫରୁ ଅମ୍ବାଭୋନା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇ ସ୍ଳୋଗାନ ଦେଇଥିଲେ।ଏହି ଅବସରରେ କୋସଲସେନା ପକ୍ଷରୁ ମୁଣ୍ଡରେ କଳାଟୋପି ପିନ୍ଧି ଉତ୍କଳ ଦିବସକୁ କଳାଦିବସ ଭାବେ ପାଳନ କରିଥିଲେ। ଅମ୍ବାଭୋନା ବ୍ଳକ କୋସଲ ସେନା ର ସଭାପତି ନରେନ୍ଦ୍ର କୁମାର ପଟେଲ, ସଂପାଦକ ବିନୋଦ ଦାଶ ସମେତ ହୃଷୀକେଶ ପଟେଲ,ବାଲକରାମ ସା, ନାଗାର୍ଜୁନ ସାହୁ, ଜିତେନ୍ଦ୍ର ଦାଶ, ପରିହାସ ମହାପାତ୍ର,ଭାଗବତିଆ କନ୍ଧ, ଲଲିତ ପାଣ୍ଡେ,ସଭାକର ଭୋଇ ପ୍ରମୁଖ କୋସଲ ସେନା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।