-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
02-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ରାଣା ପ୍ରତାପ ସ୍କୁଲ ରେ ବୁଧବାର ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପ୍ରବେଶ ଓ ଖଡ଼ି ଛୁଆଁ ଉତ୍ସବ ଅନୁଷ୍ଟିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ସୂଦୀପ କୁମାର ରଥ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ୨ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ପ୍ରଥମ ଦିନ ରେ ୫ ବର୍ଷ ଯୁକ୍ତ ବୟସ ୪ ଜଣ ଛାତ୍ର ଛାତ୍ରୀ ଶିଶୁ ବାଟିକା ରେ ନାମ ଲେଖାଇଥିବା ବେଳେ ୬ବର୍ଷ ଯୁକ୍ତ ୨ ଜଣ ଛାତ୍ରୀ ପ୍ରଥମ ଶ୍ରେଣୀ ରେ ନାମ ଲେଖାଇଥିଲେ । ସମସ୍ତ ନବାଗତ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ ତରଫରୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରାଯାଇଥିବା ବେଳେ ସମସ୍ତ ଙ୍କ ପାଇଁ "ଖଡ଼ି ଛୁଆଁ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପଣ୍ଡିତ ଗୋପବନ୍ଧୁ ପୁରୋହିତ ଙ୍କ ବେଦ ମନ୍ତ୍ର ପାଠ ରେ ମାଁ ସରସ୍ଵତୀ ପୂଜାର୍ଚ୍ଚନା ପରେ ଛାତ୍ର ଛାତ୍ରୀ ବୃନ୍ଦ ଙ୍କ ଖଡ଼ି ଛୁଆଁ ଶୁଭାରମ୍ଭ ହୋଇ ଥିଲା ।
ଏହି ଅବସର ରେ ବରଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ରେଣୁ ଦାସ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଭିଭାବକ ସଂଘ ର ବରିଷ୍ଠ ସଦସ୍ୟ ସୁଦର୍ଶନ ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନୂଆଁ ନାମ ଲେଖାଇଥିବା ଛାତ୍ର ଛାତ୍ରୀ ଙ୍କୁ ଆଶିର୍ବାଦ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଗୀତା ଜାଲ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଶିଶୁ ବାଟିକା କକ୍ଷରେ ସ୍ଵାଗତ କରିବା ସହ ସ୍କୁଲ ତରଫରୁ ସମସ୍ତ ଙ୍କୁ ଲଡୁ ଓ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିଲା ଛାତ୍ର ଛାତ୍ରୀ ଅଭିଭାବକ ମାନେ ସାକ୍ଷରତା,ସଂଖ୍ୟା ଜ୍ଞାନ ଓ ସୃଜନାତ୍ମକ ଷ୍ଟଲ୍ ରେ କରାଯାଇଥିବା ପ୍ରଦର୍ଶନୀ ବୁଲି ଦେଖି ଥିଲେ ।