-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
02-Apr-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଆଜି ହେଉଛି ଏପ୍ରିଲ ଏକ ଉତ୍କଳ ଦିବସକୁ କଳା ଦିବସ ଭାବେ ପାଳନ କରିଛନ୍ତି କୋଶଳ ସେନା l ଏପରି ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି କୋଶଳ ସେନା ପକ୍ଷରୁ ଉତ୍କଳ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି l ପୋଲିସ ଉପସ୍ଥିତିରେ ଡୁଙ୍ଗୁରିପାଲି କୋଶଳ ସେନା ମୁଣ୍ଡରେ କଳା ପଟି ବାନ୍ଧି ବସ ଷ୍ଟାଣ୍ଡ ଛକରେ ଉତ୍କଳ ଗୋ ବେକ ନାରା ରେ କମ୍ପି ଉଠିଥିଲା। ଏନେଇ ପୋଲିସ କାହକୁ ଗିରଫ କରିନି l ସ୍ୱତନ୍ତ୍ର କୋଶଳ ରାଜ୍ଯ ଗଠନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି କୋଶଳ ସେନା ର ସଂଗ୍ରାମୀ ମାନେ କହିଥିଲେ। ଏହି
ଆନ୍ଦୋଳନ ରେ ଡୁଙ୍ଗୁରିପାଲି ବ୍ଲକ ରୁ ସମସ୍ତ ସଂଗ୍ରାମୀ ମାନେ ହେଲେ ମୃତୁଞ୍ଜୟ ମିଶ୍ର,ସରୋଜ ପଧାନ, ଯଦୁମଣି କୁଦେଇ, ସୁଶାନ୍ତ ବାରିକ, ପ୍ରବୀର ସୁନା, ଦେବାଶିଷ ମହାକୁର, କାହ୍ନୁ ଚରଣ ମହାରଣା, ଲବ ପଧାନ, ଯୁଧିଷ୍ଠିର ଭୁଏ, ରାଜକୁମାର ସାହୁ, ମନୋଜ ଦିଶ୍ରୀ, ରୋଷନ କୁମାର ବିଶ୍ୱାଳ, ନାରାୟଣ ବିଶ୍ୱାଳ, ଶୁଭମ ବରିହା, ସଂକର୍ଷଣ ବୁଡ଼େକ, ଅଭି ବେହେରା, ପ୍ରମୋଦ ମେହେର, ପପୁ ମେହେର, ଅର୍ଜୁନ ଆଦାବର, ଯଶୋବନ୍ତ ନାଗ, ବଣ୍ଟୁ ନାଏକ ପ୍ରମୁଖ ଉପସ୍ଥିତ ରହି ଉତ୍କଳ ଦିବସ କୁ କଲା ଦିବସ ରୂପେ ପାଳନ କରିଥିଲେ।