-+91-9937148622 |
prerana_bgr@rediffmail.com |
Sunday 2nd August 2026 |
R.N.I. Regd No. ODIODI/2010/46693
Breaking News
01-Apr-2025
ଯାଜପୁର ଜିଲ୍ଲା ବରୀ ବାର ଆସୋସିଏସନ ପକ୍ଷରୁ ମଙ୍ଗଳବାର ନିର୍ବାଚିତ କାର୍ଯ୍ୟକର୍ତ୍ତା ମାନଙ୍କ ର ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପରେ ଆସୋସିଏସନ ପକ୍ଷରୁ ଓଡିଶା ଦିବସ ପାଳନ କରାଯାଇଛି।ପ୍ରାରମ୍ଭରେ ବରୀ ମାଉଣ୍ଟ ସ୍ଥିତ ତହସିଲ କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ବୀର୍ ପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପମାଲ୍ୟାର୍ପଣ କରାଯାଇ ଥିଲା।ଆଇନଜୀବୀ ଚିତ୍ତରଞ୍ଜନ ଓଝା ମୁଖ୍ୟଅତିଥି ଭାବେ ଯୋଗଦାନ କରି ନିର୍ବାଚିତ ଆଇନଜୀବୀ ମାନଙ୍କୁ ଗୋପନୀୟତାର ଶପଥ ପାଠ କରାଇଥିଲେ । ଆସୋସିଏସନ ଗୃହରେ ରେ ସ୍ଥାୟୀ ସଭାପତି ଆଇନଜୀବୀ ରାଜକିଶୋର ସାମଲ ଙ୍କ ସଭାପତିତ୍ବରେ ଏନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଆଇନଜୀବୀ ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ।ଆଇନଜୀବୀ ସଂଯୁକ୍ତା ସେଠି, ବାଞ୍ଛାନିଧି ସାହୁ, ହରିଶ୍ ଚନ୍ଦ୍ର ଧଳ, ବାବାଜୀ ଜେନା, ଜ୍ଞାନ ମଲ୍ଲିକ, ତପନ କୁମାର ଜେନା, ଗୁଣନିଧି ନାୟକ, ଅଜାମ୍ବର ମଲିକ, ତପନ କୁମାର ସାହୁ,ପରେଶ କର,ପବିତ୍ର ମଲିକ,ଧିରେନ୍ଦ୍ର ସ୍ୱାଇଁ, ପ୍ରମୂଖ ଆଇନଜୀବୀ ମାନେ ଉପସ୍ଥିତ ରହି ବକ୍ତବ୍ୟ ମାଧ୍ୟମରେ ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।
(ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ)