-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
30-Mar-2025
ବଲାଙ୍ଗୀର,ସ୍ଥାନୀୟ ପୂରୁଣା ରାଜଭାଟିସ୍ଥିତ କୋସଳ କାର୍ଯ୍ୟାଳୟ ଠାରେ କୋସଲ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଏପ୍ରିଲ ୧ କୁ କଳା ଦିବସ ପାଳନ ପାଇଁ ଏକ ପ୍ରସ୍ତୁୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଦିନ ସଂଧ୍ଯାରେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ କୋସଲପ୍ରେମୀ କଳାବ୍ୟାଚ୍ ପରିଧାନ ସହ ପ୍ରତିବାଦ କରାଯାଇ କୋସଲ ରାଜ୍ୟ ଗଠନ କରିବ। ପାଇଁ ସଂଘର୍ଷ ଦିବସ ରୂପେ ପାଳନ କରାଯିବ ବୋଲି ମଧ୍ୟ ସର୍ବସମ୍ମତ୍ତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଛି । କୋସଲବାଦୀ ନେତା ମନୋରଂଜନ ସାହୁଙ୍କ ସଭାପତିତ୍ୱରେ ରବିଶଙ୍କର ମିଶ୍ର, ରଣରାଜ ସିଂହଦେଓ, ସଲିମ୍ ଖାନ୍, ଲକ୍ଷ୍ମୀବନ୍ତ ନାଥ, ପ୍ରସନ୍ନ ନେଗୀ, ପ୍ରଭାସ ମିଶ୍ର, ସ୍ୱଦେଶ ବେହେରା, ଜ୍ୟୋତି ମହାନ୍ତି, ମନୋରଂଜନ ମିଶ୍ର ପ୍ରମୁଖ ଉକ୍ତ ବୈଠକରେ ଯୋଗ ଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶେଷରେ ରଣ ରାଜ ସିଂହଦେଓ ଧନ୍ୟବାଦ ଅର୍ପଣ କରିଥିଲେ l