-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
30-Mar-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧରଙ୍କ ପୁଣ୍ୟ ତିଥି ପାଳିତ ହୋଇଯାଇଛି।ପଡା ଗ୍ରାମରେ ଆୟୋଜିତ ଏହି ସମାରୋହରେ ସଭାପତି ମୋହନ ସିଂ ଅଧ୍ୟକ୍ଷତା କରିଥିଲେ। ପ୍ରଫେସର ଡକ୍ଟର ପ୍ରଦୀପ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଙ୍ଗାଧର ସାହିତ୍ୟର ଗରିମା ସଂପର୍କରେ ଆଲୋଚନା କରିଥିଲେ। ଉପସଭାପତି ହୃଦମଣି ସାହୁ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।କବି ପୀତବାସ ମେହେର ସ୍ବଭାବ କବିଙ୍କ ଜୀଵନୀ ଆଧାରିତ କଵିତା ପାଠ କରିଥିଲେ।ତୁଳସୀରାମ ମେହେର, ଜଗତଜ୍ଜୀବନ ରାମ ଡନସନା କଵିତା ମାଧ୍ୟମରେ କବିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସଂପାଦକ ରାଜେଶ୍ଵର ବେହେରା ସଭାକୁ ସଂଯୋଜନା କରିଥିଲେ।ପୀତବାସ ମେହେର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।