-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
17-Jan-2021
କେନ୍ଦ୍ରାପଡା(ପ୍ରେରଣା ଖବର): ସିସିଟିଭିରେ କଏଦ ହେଲା ଲାଇଭ୍ ଲୁଟର ଦୃଶ୍ୟ । କେନ୍ଦ୍ରାପଡ଼ା ବଣିଆମାଳରେ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିବା ବେଳେ ବାଇକରୁ ଟଙ୍କା ବ୍ୟାଗ ନେଇ ଫେରାର ହୋଇଗଲା ଲୁଟେରା ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଖୋଳତାଡ କରୁଛି । ଅଭିଯୋଗ ଅନୁସାରେ, ବଳଭଦ୍ର ପଣ୍ଡା ବ୍ୟାଙ୍କରୁ ଟଙ୍କା ଉଠାଇ ସମବାୟ ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। ରାସ୍ତାରେ ବାଇକ୍ ରଖି କଥା ହେଉଥିବା ବେଳେ ଦୁର୍ବୃତ୍ତ ଟଙ୍କା ବ୍ୟାଗ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ବ୍ୟାଗରେ ଏକ ଲକ୍ଷ ଟଙ୍କା ଥିଲା। ଗତ ୧୫ ତାରିଖରେ ଏହି ଲୁଟ୍ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହେବାପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସିସିଟିଭି ଆଧାରରେ ଚୋରକୁ ଧରିବା ପାଇଁ ପୁଲିସ ଖୋଲତାଡ କରୁଛି।