-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
17-Mar-2025
କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ରେଲବାଇ ଖେଳପଡ଼ିଆ ଠାରେ ଆୟୋଜିତ ହୋଇଥିବା କଣ୍ଟାବାଞ୍ଜି ମାଟିର ମହୋତ୍ସବ ଉଦଯାପନୀ ଉତ୍ସବ ରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ ଙ୍କ ଠାରୁ ସମ୍ବର୍ଦ୍ଧିତ ହେଳେ ଉପସ୍ଥାପକ ଶୁଶିଲ ପୋଢ। ଶୁଶିଲ ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ବେଳପଡା ଗାଁ ବାସିନ୍ଦା ଅଟେ। ଶୁଶିଲ ଜଣେ ଉପସ୍ଥାପକ ଭାବେ ବେଶ ପରିଚିତ ସେ ବଲାଙ୍ଗୀର ଦିନ, ବଲାଙ୍ଗୀର ଲୋକ ମହୋତ୍ସବ, ଖଡ଼ିଆଳ ମହୋତ୍ସବ, ଝରିଆଳ ମହୋତ୍ସବ କାର୍ଯ୍ୟକ୍ରମ ରେ ଉପସ୍ଥାପକ ଭାବେ ଯୋଗ ଦେଇ ତାଙ୍କ ଉପସ୍ଥାପନା ଶୈଳୀ ଯୋଗୁଁ ଦର୍ଶକଙ୍କ ପ୍ରିୟ ହୋଇଛନ୍ତି। ସେ ଜଣେ ଆଗ ଧାଡ଼ି ମଞ୍ଚ ଉପସ୍ଥାପକ ଓ ହାସ୍ୟ ଅଭିନେତା ଭାବେ ପଶ୍ଚିମ ଓଡ଼ିଶାରେ ପରିଚିତ। ପୂର୍ବ ରୁ ମଧ୍ଯ ଅନେକ ମଞ୍ଚ ରୁ ସେ ସମ୍ବର୍ଦ୍ଧିତ ହୋଇ ସାରିଥିବା ବେଳେ ମାଟିର୍ ମହୋତ୍ସବ ମଞ୍ଚ ରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଙ୍କ ଠାରୁ ସେ ସମ୍ବର୍ଦ୍ଧିତ ହେବା ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।