-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ଜିଲ୍ଲା

ଜୟ ନାରାୟଣ ମିଶ୍ର ଓ କୋସଲାଂଚଳର ଅନ୍ୟ ବିଧାୟକ ଓ ସାଂସଦମାନଙ୍କୁ ପ୍ରମୋଦ ମିଶ୍ରଙ୍କ ଅନୁରୋଧ - ସ୍ୱତନ୍ତ୍ର କୋସଲ ରାଜ୍ୟ ଗଠନ ପାଇଁ ଓ ବନ୍ଦେ ଉତ୍କଳ ଜନନୀର ପ୍ରତାହାର ପାଇଁ ବିଧାନ ସଭା ଓ ପାର୍ଲାମେଣ୍ଟରେ ବିଧିବଦ୍ଧ ପ୍ରସ୍ତାବ ଆଣନ୍ତୁ

16-Mar-2025



ବଲାଙ୍ଗୀର(ପ୍ରେରଣା ଖବର)-ସଂପ୍ରତି ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବୃତିକୁ ନେଇ ସାରା ରାଜ୍ୟ ରେ ଚର୍ଚ୍ଚା ଲାଗିରହିଛି। କୋସଲ ରାଜ୍ୟ ଦାବୀ ସପକ୍ଷରେ ମତ ଦେଇଥିବାରୁ ଓ 'ବନ୍ଦେ ଉତ୍କଳ ଜନନୀ' ପ୍ରାସଂଗିକତା ପ୍ରତି ପ୍ରଶ୍ନବାଦୀ ସୃଷ୍ଟି କରିଥିବାରୁ ଶ୍ରୀ ମିଶ୍ରଙ୍କୁ କୋସଲ ଆନ୍ଦୋଳନ ତରଫରୁ ବ୍ୟାପକ ସମର୍ଥନ ଦିଆଯାଇଛି। ଅତୀତରେ ମଧ୍ୟ ତତ୍କାଳୀନ ଲୋଇସିଂହା ବିଧାୟକ ବାଳଗୋପାଳ ମିଶ୍ର ଯେତେ ବେଳେ ବିଧାନସଭାରେ କୋସଲ ପ୍ରସଙ୍ଗ ଉଠାଇଥିଲେ ଓ ପରବର୍ତ୍ତୀ ସମୟରେ ରଥଯାତ୍ରା କରିଥିଲେ ସେତେବେଳେ ସମଗ୍ର କୋଶଳାଂଚଳରେ ତାଙ୍କୁ ବ୍ୟାପକ ସମର୍ଥନ ଦିଆଯାଇ ଥିଲା। ବିଭିନ୍ନ ସମୟରେ କୋସଲ ଦାବୀ ସଂପର୍କରେ ମତ ଦେଇ ପୂର୍ବତନ ମନ୍ତ୍ରୀ ନବ ଦାସ, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ପ୍ରମୁଖଙ୍କୁ କୋସଲ ଆନ୍ଦୋଳନ ତରଫରୁ ବ୍ୟାପକ ସମର୍ଥନ ଦିଆଯାଇଥିଲା। କୋସଲ ଆନ୍ଦୋଳନ ସହ ସଂପର୍କିତ ଦୁଇ ଜଣ ବନ୍ଧୁ ସ୍ୱର୍ଗତ ସୁବଳ ସାହୁ ଓ ପ୍ରଦୀପ ପୁରୋହିତ ବିଧାୟକ ରୂପେ ମଧ୍ୟ ନିର୍ବାଚିତ ହୋଇଥିଲେ ବୋଲି ଶ୍ରୀ ମିଶ୍ର କହିଛନ୍ତି। 'ବନ୍ଦେ ଉତ୍କଳ ଜନନୀ'କୁ ରାଜ୍ୟ ସଂଗୀତର ମର୍ଯ୍ୟଦା ଦିଆଯିବା ପ୍ରସଙ୍ଗକୁ ବିରୋଧ କରିଥିବାରୁ ପୂର୍ବତନ ମନ୍ତ୍ରୀ ସୁଶାନ୍ତି ସିଂହଙ୍କ ମଧ୍ୟ ବିପୁଳ ସମର୍ଥନ ଦିଆଯାଇ ଥିଲା। କିନ୍ତୁ ଆଜି ଯାଏ ବିଧାନସଭା କିମ୍ବା ପାର୍ଲାମେଣ୍ଟରେ କୋସଲ ରାଜ୍ୟ ଦାବୀ ପାଇଁ କିମ୍ବା ‘ବନ୍ଦେ ଉତ୍କଳ ଜନନୀ’ର ରାଜ୍ୟ ସଂଗୀତ ମର୍ଯ୍ୟାଦା ପ୍ରତ୍ୟାହାର ପାଇଁ କୌଣସି ବିଧିବଦ୍ଧ ପ୍ରସ୍ତାବ ଆସିପାରିଲା ନାହିଁ ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କୋଶଳବାଦୀ ନେତା ପ୍ରମୋଦ ମିଶ୍ର। ଅନ୍ୟ ପକ୍ଷରେ ଏ ଅଂଚଳର କିଛି ବିଧାୟକ ଓ ମନ୍ତ୍ରୀ ଯେଉଁମାନେ ନିର୍ବାଚନ ପୂର୍ବରୁ କୋସଲ ଦାବୀକୁ ସମର୍ଥନ କରୁଥିଲେ ନିର୍ବାଚିତ ହେଲା ପରେ ସେ ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି ତାହାକି ଦୁର୍ଭାଗ୍ୟଜନକ ଅଟେ ବୋଲି ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି l
 ତେଣୁ ବର୍ତ୍ତମାନ ସମୟ ଆସିଯାଇଛି ଯେ ଦଳମତ ନିର୍ବିଶେଷ ରେ ତେଲେଙ୍ଗାନା ଓ ଛତିଶଗଡ ଭଳି ସବୁ ନିର୍ବାଚିତ ବିଧାୟକ ଓ ସାଂସଦ ସ୍ୱତନ୍ତ୍ର କେସଲ ରାଜ୍ୟ ଦାବି ସପକ୍ଷରେ  ବିଧାନସଭା ଓ ପାର୍ଲାମେଣ୍ଟରେ ବିଧିବଦ୍ଧ ପ୍ରସ୍ତାବ ଆଗତ କରନ୍ତୁ । ଏହା ଛଡା ସଂବିଧାନରେ ପ୍ରାଦେଶିକ ସଂଗୀତର ବିଧିବ୍ୟବସ୍ଥା ନ ଥିବାରୁ ତଥା ୨ କୋଟି କୋସଲବାସୀ ବସବାସ କରୁଥିବା କୋଶଳାଂଚଳରେ 'ବନ୍ଦେ ଉତ୍କଳ ଜନନୀ' ର ପ୍ରାସଙ୍ଗିକତା ନ ଥିବାରୁ ତାର ପ୍ରତ୍ୟାହାର ପାଇଁ ମଧ୍ୟ ବିଧିବଦ୍ଧ ପ୍ରସ୍ତାବ ଆଗତ କରାଯାଉ ବୋଲି ଶ୍ରୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। 
  ଏ ଅଞ୍ଚଳର ୨ ଜଣ କେନ୍ଦ୍ର ମନ୍ତ୍ରୀ, ଜଣେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ ଏଥର କ୍ୟାବିନେଟ ରେ ସ୍ଥାନୀତ ହୋଇ ଛନ୍ତି । ତେଣୁ କୋସଳ ଦାବୀ ଆମ ଦଳର ଏଜେଣ୍ଡାରେ ନାହିଁ ବୋଲି କହିବା ପରିବର୍ତ୍ତେ ସେମାନେ କୋସଲ ରାଜ୍ୟ କିଭଳି ଭାବରେ ଗଠନ କରାଯାଇପାରିବ ତା ପାଇଁ ବିଧିବଦ୍ଧ ପଦକ୍ଷେପ ନିଅନ୍ତୁ । ରାଜନୈତିକ ଓଡିଶାରେ କୋସଳାଂଚଳ ହେଉଛି ବିଜେପି ର କେନ୍ଦ୍ରସ୍ଥଳୀ । ବିଜେପିର ଦୁର୍ବିପାକ ସମୟରେ କୋସଳାଂଚଳ ବିଜେପିକୁ ବହୁତ ସହଯୋଗ କରିଛି । ତେଣୁ ଏବେ ଡବଲ ଇଂଜିନ ସରକାର ଚାଲିଥିବା ବେଳେ ସଂବିଧାନର ଧାରା-୩ ଅନୁଯାୟୀ ସ୍ୱତନ୍ତ୍ର କୋସଳ ରାଜ୍ୟ ଦାବୀକୁ ବିଜେପି ସମର୍ଥନ କରି ନିଜର ରାଜନୈତିକ ଏଜେଣ୍ଡାରେ ସ୍ଥାନୀତ କରୁ । ଏହାଛଡା ଯଦି ରାଜନୈତିକ ଦୁର୍ବିପାକରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଉଭୟ ବିଜେଡି ଓ କଂଗ୍ରେସ ଦଳ ତଥା ଅନ୍ୟାନ୍ୟ ରାଜନୈତିକ ଦଳମାନେ ମଧ୍ୟ ସ୍ୱତନ୍ତ୍ର କୋସଳ ରାଜ୍ୟ ଦାବୀକୁ ଖୋଲାଖୋଲି ଭାବରେ ସମର୍ଥନ କରନ୍ତୁ। ଏହା ଛଡା କୋସଲ ଦାବୀ ବିରୁଦ୍ଧରେ ମତ ଦେଉଥିବା ନେତା ମନ୍ତ୍ରୀମାନଙ୍କୁ କୋସଳାଂଚଳରେ ଜନସାଧାରଣ ରାଜରାସ୍ତାରେ ବିରୋଧ କରନ୍ତୁ ବୋଲି କୋସଳ ଆନ୍ଦୋଳନର ନେତା ଶ୍ରୀ ପ୍ରମୋଦ ମିଶ୍ର ଆହ୍ୱାନ ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like