-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
04-Mar-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଦଳିତ୍ ଆଦିବାସୀ ସମୂହ ପକ୍ଷ ରୁ ଦଲିତ ଆଦିବାସୀ ସମୂହ ଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ୍ ରାଷ୍ଟ୍ରପତି ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ରେ ଜଣେ ଦଳିତ୍ ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଷ୍ଣୁପଦ ସେଠୀ ଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନ ଥାଇ ପଦ ରୁ ହଟାଇ, ତାଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତ କରିବା ନାମ ରେ ହଇରାଣ କରିବା ପ୍ରୟାସ ବୋଲି ଦଳିତ୍ ସମୂହ ଦାବୀ କରିଛନ୍ତି। ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ସମସ୍ତ ନାଗରିକ ମିଳିତ ରୂପେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ଦାବୀପତ୍ର ଗ୍ରହଣ କରିଥିବା ବେଳେ ଆବଶ୍ୟକ ସ୍ଥାନକୁ ଦାବୀ ପତ୍ର ପ୍ରେରଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଫକୀର ମୋହନ ଜଗତ, ଛବି ସାଗର, ବାଳକୃଷ୍ଣ ଶବର, ଜ୍ୟୋତିଲାଲ ବଞ୍ଜାରେ, ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା, ସମାଜସେବୀ ଖିରସିନ୍ଧୁ ସଗରିଆ, ପ୍ରେମାନନ୍ଦ ନାୟକ, ହେମନ୍ତ କୁମାର ମନହରେ, ବହୁ ଦଳିତ ସମୂହ ନାଗରିକ ଯୋଗ ଦେଇଥିଲେ।