-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Mar-2025
ସାଲେଭଟା, (ବିନୋଦ ଦୀପ) ଆଗଲପୁର ବ୍ଲକ ଅନ୍ତର୍ଗତ ମୁରଶୁଣ୍ଡି ରେ ଆଇଡିବିଆଇ ବ୍ୟାଙ୍କ ସେବା ଆରମ୍ଭ ହୋଇଛି l ମୁରଶୁଣ୍ଡି ସରପଞ୍ଚ ରଥି ସାହୁ ଅତିଥି ଭାବରେ ଯୋଗଦେଇ ଫିତା କାଟି ନୂତନ ବ୍ୟାଙ୍କ କାର୍ଯ୍ୟାଳୟ କୁ ଉଦଘାଟନ କରିଥିଲେ l ରିଜିଓନାଳ ମ୍ୟାନେଜର ବିକାଶ ଭାରତୀ ଓ ବେନ୍ଦ୍ରା ବ୍ରାଞ୍ଚ ମ୍ୟାନେଜର ବୃନ୍ଦାବନ ପ୍ରଧାନ ଉପସ୍ଥିତ ଥିଲେ l ଅଂଚଳବାସୀଙ୍କୁ ହାତ ପାହାନ୍ତାରେ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ଆମେ ବଦ୍ଧ ପରୀକର ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ କହିଥିଲେ l ଉତ୍ତମ ବିଶ୍ୱାଳ ଓ ନିମାଇଁ ତ୍ରିପାଠୀ ଙ୍କୁ ଏ ଶାଖା ର ଦାୟିତ୍ୱ ଦିଆଯାଇଥିବା ବିଭାଗ ସୂତ୍ରରୁ ପ୍ରକାଶ l