-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
02-Mar-2025
କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ସହର ର ରେଲବାଇ ଖେଳ ପଡ଼ିଆ ଠାରେ ଆସନ୍ତା ମାର୍ଚ୍ଚ ୧୦ ତାରିଖ ରୁ ଆରମ୍ଭ ହୋଇ ୩ ଦିନ ଧରି ଆୟୋଜିତ ହେବାକୁ ଯାଉଛି କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ। ସେଥି ପାଇଁ ଆୟୋଜକ କମିଟି ପକ୍ଷରୁ ରବିବାର ରେଳବାଇ ଖେଳ ପଡ଼ିଆ ଠାରେ ପୂଜା ଅର୍ଚ୍ଚନା କରି ଶୁଭ ଖମ୍ବ ସ୍ଥାପନ କରାଯାଇଛି। ଏହି ମହୋତ୍ସବ ରେ ରାଜ୍ଯ ତଥା ରାଜ୍ଯ ବାହାର ରୁ ଅନେକ କଳାକାର ଆସି ତାଙ୍କ କଳା ପ୍ରଦର୍ଶନ କରିବେ ସମ୍ବଲପୁରୀ ନାଚ ଗୀତ ତାଳେ ମଞ୍ଚ ଦୁଳ କି ବା ଏବଂ ଅଞ୍ଚଳ ଅନେକ ପ୍ରତିଭା ଏହି ମଞ୍ଚରେ ସମ୍ବନ୍ଧିତ ହେବେ ବୋଲି କମିଟି ପକ୍ଷରୁ ସୂଚନା ଦିଆ ଯାଇଛି। ଏହି କାର୍ଯ୍ୟକ୍ରମ ରେ କଣ୍ଟାବାଞ୍ଜି ବିଧାୟକ ତଥା ମହୋତ୍ସବ କମିଟି ର ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ସଭାପତି ବ୍ରଜ ଶ୍ୟାମ ଗୁରୁ , ଉପ ସଭାପତି କୌଲାଶ ଦୀପ, ସଂଜୟ ଗାନ୍ଧୀ, ସହ ସମ୍ପାଦକ ତୁଳସିରାମ ଜଗତ, ଦିନେଶ ମହାନନ୍ଦ, ଆଶିଷ ଅଗ୍ରୱାଲ, ଆବାହକ ପୁଷ୍ପକେତୁ ବେହେରା, ପ୍ରଚାରକ ରୋହନ କୁମାର ମହତ, ଆଇନ ପରାମର୍ଶଦାତା ବିବେକ ଶର୍ମା, ସାଂକୃତିକ ସମ୍ପାଦକ ଅମର ବାଗ, କାର୍ଯ୍ଯକାରିଣୀ ସଦସ୍ଯ ପ୍ରମାନନ୍ଦ ପୁଟେଲ, ରାଜୁ ବାରିକ, ସୋହନ ଗୁରୁ, ସୋମନାଥ ସାହୁ, ମୋହନ ସୁନା, ଉମାକାନ୍ତ ମହାନନ୍ଦ, ବାବୁ ବାଗ, ଇଳୁ ନାଗ, ଙ୍କ ସହ ଅନ୍ଯ ମାନେ ଉପସ୍ଥିତ ଥିଲେ।