-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
02-Mar-2025
ବରୀ (ରଞ୍ଜିତ ମହାନ୍ତି): ଅନଭିଜ୍ଞ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଦିନକୁ ଦିନ ଦୁର୍ଘଟଣା ବଢି ଚାଲିଛି । ଦୁର୍ଘଟଣାର ଶିକାର ହୋଇ ବହୁ ଲୋକଙ୍କ ଜୀବନ ଅକାଳରେ ଝଡି ପଡୁଛି । ବିଶେଷ କରି ଭାରି ଯାନ ଚଳାଉଥିବା ଚାଳକଙ୍କ ବେପରୁଆ ଗାଡି ଚାଳନା ଏବେ ରାସ୍ତାରେ ଦୁର୍ଘଟଣା ଘଟିବାର ପ୍ରମୁଖ କାରଣ ହୋଇଛି । ମାତ୍ର କିଛି ମାସ ଟ୍ରକ ଗୁଡିକରେ ହେଲ୍ପର କାମ କରି ଗାଡି ଚାଳକ ହୋଇ ଯାଉଥିବା ଅନଭିଜ୍ଞ ଚାଳକଙ୍କ ଯୋଗୁ ଏହି ଦୁର୍ଘଟଣା ଘଟୁଛି । ବାଲି ପରିବହନକୁ ନେଇ ଏବେ ପ୍ରତିଯୋଗିତା ଚାଲିଛି ରାସ୍ତାରେ । କିଏ ଦିନକୁ କେତେ ଟ୍ରିପ ବାଲି ପରିବହନ କରିବ ସେ ନେଇ ପ୍ରତିଯୋଗିତା ଚାଲିଥିଲା ବେଳେ ଅନଭିଜ୍ଞ ଚାଳକ ଅର୍ଥ ଲୋଭରେ ବେପରୁଆ ଗାଡି ଚାଳନା କରି ଦୁର୍ଘଟଣା ଘଟାଉଛନ୍ତି । ହେଲେ ଚିନ୍ତାର ବିଷୟ ସବୁ ଜାଣି ମଧ୍ୟ ପରିବହନ ବିଭାଗ ନିରବ ହୋଇ ବସିଛି । ବୟସ ହୋଇ ନଥିଲେ ମଧ୍ୟ, ଅଭିଜ୍ଞତା ନଥିଲେ ମଧ୍ୟ ବହୁ ଚାଳକଙ୍କୁ ପରିବହନ ବିଭାଗ ଡ୍ରାଇଭିଂ ଲାଇସେନ୍ସ ଦେଇଥିବା ଅଭିଯୋଗ ହୋଇଛି । କିଛି ଚାଳକଙ୍କ ନିକଟରେ ଲାଇସେନ୍ସ ନଥିବା ମଧ୍ୟ ଅଭିଯୋଗ ହୋଇଛି । ଏ ନେଇ ପରିବହନ ବିଭାଗ ଦୃଷ୍ଟି ନେଦେବା ଦୁର୍ଘଟଣାର ପ୍ରମୁଖ କାରଣ ହୋଇଛି । ଏ ନେଇ ବିଭାଗ ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।