-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ଶିବ ପ୍ରସାଦ ପାଣ୍ଡିଆ ଜନ୍ମ ଶତବାର୍ଷିକୀ ସମାରୋହ ଉଦ୍‌ଘାଟିତ

02-Mar-2025



ବଲାଙ୍ଗୀର(ପ୍ରେରଣା ଖବର):ବିପ୍ଳବୀ କବି, ସାମ୍ବାଦିକ ଗୌରବ ଶିବ ପ୍ରସାଦ ପାଣ୍ଡିଆଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଉଦ୍‌ଘାଟନୀ ଉତ୍ସବ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଶନିବାର ଅନୁଷ୍ଠିତ ହୋଇଛି । ସ୍ମୃତିବିନ୍ଦୁ ଫାଉଣ୍ଡେସନ୍ ପକ୍ଷରୁ ପ୍ରଫେସର ମଧୁସୂଦନ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ବରେଣ୍ୟ ଅତିଥି ଭାବେ ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତା ଏବଂ ମୁଖ୍ୟଅତିଥି ଭାବେ ସମ୍ବଲପୁର ଆଇଆଇଏମ୍ ଡାଇରେକ୍ଟର ଡ. ମହାଦେଓ ଜୟସ୍ୱାଲ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ମୁଖ୍ୟଅତିଥି  ଆଇଆଇଏମ୍ ଡାଇରେକ୍ଟର ଡ. ଜୟସ୍ୱାଲ ତାଙ୍କ ବକ୍ତବ୍ୟରେ ଆଗାମୀ ଦିନରେ ଏଆଇ ବା କୃତ୍ତିମ ବୁଦ୍ଧିମତ୍ତା କିଭଳି କ୍ରାନ୍ତି ଆଣିବାକୁ ଯାଉଛି କହିଥିଲେ । ଶିକ୍ଷା କ୍ଷେତ୍ରରେ ଏଆଇର ପ୍ରୟୋଗ ହୋଇସାରିଛି । ଏବେ କଳା, ସଂସ୍କୃତି ଏବଂ ପରମ୍ପରା କ୍ଷେତ୍ରରେ ଏଆଇ ପ୍ରୟୋଗ କରା ଯାଉଛି । ପଶ୍ଚିମ ଓଡିଶାର କଳା, ସଂସ୍କୃତିକୁ ବିଶ୍ୱସ୍ତରରେ ପହଞ୍ଚାଇବା ଦିଗରେ ଏଆଇ ବଳିଷ୍ଠ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ । ବରେଣ୍ୟ ଅତିଥି ପଦ୍ମଶ୍ରୀ ଉଦ୍‌ଗାତା ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ପାଣ୍ଡିଆଙ୍କ ସଂଘର୍ଷ, ଲଢ଼େଇ ଏବଂ ସାଧାରଣ ବର୍ଗଙ୍କ ପ୍ରତି ତାଙ୍କ ସହଯୋଗ ବିଷୟରେ କହିଥିଲେ । ସାଧାରଣ ଲୋକଙ୍କ ଭିତରେ ଏକ ଗଭୀର ବିଶ୍ୱାସ ଭରି ଦେଇଥିଲେ । ମୁଁ କରିପାରିବି ଏଭଳି ବିଶ୍ୱାସ ଜନ୍ମିଲେ ଜୀବନ ସଫଳ ହେବ ବୋଲି ସେ ଉପସ୍ଥିତ ଛାତ୍ରୀଛାତ୍ର ଏବଂ ଜନସାଧାରଣଙ୍କୁ କହିଥିଲେ । ସଭାପତୀୟ ଅଭିଭାଷଣରେ ପ୍ରଫେସର ପତି ସ୍ୱର୍ଗତ ପାଣ୍ଡିଆ କିଭଳି ସଂଘର୍ଷ କରି ମଧ୍ୟ ନିଜ ଜୀବନକୁ ମହନୀୟ କରିବା ସହ ଏକ ବୃହତ୍ ଅଞ୍ଚଳର ଅବହେଳିତଙ୍କ ସ୍ୱର ହୋଇଥିଲେ ତାହା ବର୍ଣ୍ଣନା କରିଥିଲେ । ତାଙ୍କ ଜୀବନରୁ ଆମେ ଅନେକ କିଛି ଶିକ୍ଷା କରିପାରିବା ବୋଲି କହିଥିଲେ । ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଅରବିନ୍ଦ ଓଝା ସ୍ୱାଗତ ବକ୍ତବ୍ୟ ଦେଇଥିଲେ । ସୁଶୀଳ କୁମାର ପାଣ୍ଡିଆ ଅତିଥିଙ୍କୁ ସମ୍ବର୍ଦ୍ଧିିତ କରିଥିଲେ । ସନ୍ଦୀପ କୁମାର କୁଅଁର ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିବା ବେଳେ ବୀରେନ୍ଦ୍ର କୁମାର ଝାଙ୍କର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷାବିତ୍ ହରିବନ୍ଧୁ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ । ସଭାରେ ପ୍ରଶାନ୍ତ ମହାକୁର, ଯୁଜେଷ୍ଟି ମେହେର, ସଂଗ୍ରାମ ପାଣ୍ଡିଆ, ନିହାର ପାଣ୍ଡିଆ, ମୋହନ ପାଣ୍ଡିଆ ସହଯୋଗ କରିଥିଲେ । ସଭାରେ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଆହ୍ଳାଦ ପୂଜାରୀ, ପ୍ରଫେସର ଡ. ସୁଜିତ ପୃଷେଠ୍‌, ସୁବାସ ପଣ୍ଡା, ସୁଷମା ମଞ୍ଜରୀ ନାଏକ, ସରସ୍ୱତୀ ନନ୍ଦ, କଳ୍ପନା ମିଶ୍ର, ସରିତା ଆଚାର୍ଯ୍ୟ, ଡ. ପ୍ରେମଚାନ୍ଦ ମହାନ୍ତି, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଶଶିଭୂଷଣ ପୁରୋହିତ, ଭବାନୀ ଶଙ୍କର ଶତପଥି, କୃଷ୍ଣ ବାରିକ, ପ୍ରଶାନ୍ତ ଯୋଷୀ, ବିନୋଦ ମହାନ୍ତି, ପ୍ରଫେସର ତରୁଣ ମିଶ୍ର, ନବୀନ ନାୟକ, ସନ୍ତୋଷ ପାଢ଼ୀ, ଅରୁଣ ମିଶ୍ର, ଅଶୋକ ରାଉତ, ସୁଧୀର ପଣ୍ଡା, ନବୀନ ନାୟକ, ରତିକାନ୍ତ ନାଏକ, ଉଦିତ ଚନ୍ଦ୍ର ପଣ୍ଡା, କୁନୁ ପଣ୍ଡା, ଚାଇନା ମହାନ୍ତି, ପ୍ରଭାତ ପାଣ୍ଡିଆ, ପ୍ରମୋଦ ପାଣ୍ଡିଆ, ବାବୁ ପୂଜାରୀ, ଅଖିଳ ହୋତା, ଚନ୍ଦ୍ରଭାନୁ ମୋଲାନା, ଚିତ୍ତରଞ୍ଜନ ମିଶ୍ର, ନବୀନ ପଶାୟତ, ଟିକଲ ପୁଟେଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like