-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
28-Feb-2025
- ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ହିକୁଡି ଗ୍ରାମ ର ଶତାୟୁ ତଥା ଧର୍ମ ପାରାୟଣ ବ୍ୟକ୍ତି ବିପିନ ବିହାରୀ ଗୁରୁ ଙ୍କ ୧୦୨ ବର୍ଷ ବୟସ ରେ ଦେହାନ୍ତ ଘଟିଛି l ଏ ଖବର ରେ ଉଲୁଣ୍ଡା ତଥା ଦେଶ ଫାଲ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି l ମହା ନଦୀ କୂଳ ଗାଁ ଶ୍ମଶାନ ଘାଟ ରେ ସ୍ୱର୍ଗତ ଗୁରୁ ଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ସୁବର୍ଣ୍ଣପୁର ସି ଡି ଏମ ଓ ଡ଼ା ପ୍ରଦୀପ ଗୁରୁ ଙ୍କ ସମେତ ଉଲୁଣ୍ଡା ବୀର ମହାରାଜ ପୁର ତଥା ସୋନପୁର ଅଞ୍ଚଳ ର ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ସ୍ୱର୍ଗୀୟ ଗୁରୁ ଙ୍କ ଅନ୍ତିମ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ l ଶ୍ରୀ ଗୁରୁ ୫-୧୧-୧୯୨୪ ରେ ଜନ୍ମ ଗ୍ରହଣ କରିଥିବା ବେଳେ ସୋନପୁର ଓ ବୀର ମହାରାଜ ପୁର ତହସିଲ କାର୍ଯ୍ୟାଳୟ ରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଖୁବ୍ ନିଷ୍ଠା ଓ ଶୃଙ୍ଖଳା ର ସହ କାର୍ଯ୍ଯ କରି ଥିଲେ l ବଡ ପୁଅ ତାରା ଭୂଷଣ ଗୁରୁ ପିତା ଙ୍କ ସଂସ୍କାର ବେଳେ ମୁଖାଗ୍ନୀ ଦେଇଥିବା ବେଳେ ତିନି ପୁଅ ବୋହୁ ନାତି ନାତୁଣୀ ଆତ୍ମୀୟ ସ୍ୱଜନ ସମସ୍ତେ ଉପସ୍ଥିତ ଥିଲେ l