-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
28-Feb-2025
ବରୀ(ରଞ୍ଜିତ ମହାନ୍ତି): ଯାଜପୁର ଜିଲା ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ପଞ୍ଚାୟତ ହାଇସ୍କୁଲ ରାମପୁରର ଜନୈକ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ପ୍ରସବ କରିଛନ୍ତି। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ମୁତାବକ, ଛାତ୍ରୀଜଣଙ୍କ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଥିଲେ। ସେ ଦୁଇଟି ବିଷୟରେ ପରୀକ୍ଷା ଦେବା ପରେ ବୁଧବାର ବିଳମ୍ବିତ ରାତିରେ ନିଜ ପେଟରେ ଯନ୍ତ୍ରଣା ହେଉଛି ବୋଲି ନିଜ ପରିବାର ଲୋକଙ୍କୁ କହିଥିଲେ। ଏଣୁ ତାଙ୍କୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା। ମାତ୍ର ଦାୟିତ୍ୱରେ ଥିବା ଡ଼ାକ୍ତର ସେ ଗର୍ଭବତୀ ଥିବା ଏବଂ ଏହା ପ୍ରସବ ଜନିତ ଯନ୍ତ୍ରଣା ବୋଲି ଅନୁଭବ କରି ପ୍ରସବ କରିଥିଲେ। ସମ୍ପୃକ୍ତ ଛାତ୍ରୀଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।