-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
28-Feb-2025
ବରୀ(ରଞ୍ଜିତ ମହାନ୍ତି): ଓଡ଼ିଶାର ପ୍ରତିଷ୍ଠିତ ସାଂସ୍କୃତିକ ସଂଗଠନ ଓଁକାର ସୋସିଆଲ ଅର୍ଗାନାଇଜେଶନ ପକ୍ଷରୁ ପ୍ରତିବର୍ଷ ଭଳି ଏବର୍ଷ ଜାଗର ଯାତ୍ରା ଅବସରରେ ବରୀ ବ୍ଲକ ଅନ୍ତର୍ଗତ ଇଶାଣପୁର ସ୍ଥିତ ଇଶାଣେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଭଜନ ସନ୍ଧ୍ୟା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୋନାଲି ମଧୁସ୍ମିତା, ଅଞ୍ଜଳି ମିଶ୍ର, ରାନୁ, ବିଜୟ କୁମାର ପ୍ରଭୃତି ବିଶିଷ୍ଟ କଣ୍ଠଶିଳ୍ପୀ ମାନେ ଭଜନ ପରିବେଷଣ କରିଥିବା ବେଳେ ଉଦଘୋଷକ, କଣ୍ଠ ସିଳ୍ପି ତଥା ହାସ୍ୟ ଅଭିନେତା ବିଭୁ ମିଶ୍ରଙ୍କ ପ୍ରଦର୍ଶନ ମୁଖ୍ୟ ଆକର୍ଷଣ ଥିଲା। ଏଠାରେ ଉଲ୍ଲେଖନୀୟ ଓଁକାର ସୋସିଆଲ ଅର୍ଗାନାଇଜେଶନର ପ୍ରତିଷ୍ଠାତା ଦିଲ୍ଲିପ କୁମାର ଜେନା ପ୍ରତି ବର୍ଷ ବରୀ ଅଞ୍ଚଳର ଭିନ୍ନ ଭିନ୍ନ ଶିବାଳୟ ପରିସରରେ ଭଜନ ପରିବେଷଣ କରିଥାଆନ୍ତି। କାର୍ଯକ୍ରମ ପରିଚାଳନାରେ ଓଁକାର ସଂଗଠନର କର୍ମକର୍ତ୍ତା ଅକ୍ଷୟ କୁମାର ଜେନା, ବସନ୍ତ ଭୂୟାଁ, କିଶୋର ଚନ୍ଦ୍ର ଦାସ, ଶ୍ରୁରେଶ ମଲ୍ଲିକ ଏବଂ ମନ୍ଦିର କମିଟିର ସଭାପତି, ସମ୍ପାଦକଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।