-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||     

HOME   ଜିଲ୍ଲା

ସାଧାରଣ ମଣିଷଙ୍କ ଭିତରେ ଜଣେ ଅସାଧାରଣ ମଣିଷ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ

27-Feb-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ପବିତ୍ର ମହା ଶିବରାତ୍ରୀ ଅବସରରେ ଦ୍ୱିତୀୟ ବାରାଣସୀ କୁହାଯାଉଥିବା ସୋନପୁରର ପ୍ରସିଦ୍ଧ ଶ୍ରୀ ରାମେଶ୍ବର ଶୈବପୀଠ ଠାରେ ଆଜି ଏକ ସାମୂହିକ ବ୍ରତପୋନୟନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଦୀର୍ଘ ୩୫ ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ଉତ୍ସବର ସମସ୍ତ ଆୟୋଜନ ଓ ତଦାରଖର ଦାୟିତ୍ୱ ସୋନପୁର ର ବିଶିଷ୍ଟ ସମାଜସେବୀ ଶ୍ରୀ ଶ୍ରୀବତ୍ସ ମଲ୍ଲିକ ଓ ତାଙ୍କ ଧର୍ମ ପତ୍ନୀ ମୈଥିଳୀ ମଲ୍ଲିକ ନେଇ ଆସୁଛନ୍ତି। ପ୍ରତିବର୍ଷ ବିଭିନ୍ନ ଅଞ୍ଚଳର ଆଠ ରୁ ଦଶ ଜଣ ଗରିବ ବ୍ରାହ୍ମଣ ପରିବାରର ପିଲାମାନଙ୍କୁ ମାଗଣାରେ ବ୍ରତ କରାଯାଉଥିବା ବେଳେ ଏ ବର୍ଷ ୨୦୨୫ରେ ୧୨ ଜଣ ବାଳକଙ୍କୁ ସାମୂହିକ ବ୍ରତ ଯଜ୍ଞ ରେ ସାମିଲ୍ କରାଯାଇଛି।  ପୁରୀ ଶ୍ରୀ ରାମଜୀ ମଠ ର ମହନ୍ତ ଶ୍ରୀ ଶ୍ରୀ ବଂଶୀଧର  ଦାଶ ଜୀ ମହାରାଜ , ଓଡ଼ିଶା ତଥା କଲିକତା ହାଇକୋର୍ଟ ର ପ୍ରାକ୍ତନ ବିଚାରପତି ଶ୍ରୀ ଚିତ୍ତ ରଞ୍ଜନ ଦାଶ, ଜିଲ୍ଲା ର ଅନେକ ପ୍ରଶାସକ ଯୋଗଦେଇ ଏହି ବାଳବ୍ରହ୍ମଚାରୀଙ୍କୁ ଶୁଭେଚ୍ଛା ଆଶୀର୍ବାଦ ପ୍ରଦାନ କରି ‘ନିଃସହାୟ ବ୍ରାହ୍ମଣ ପିଲାମାନଙ୍କ ସାମୂହିକ ବ୍ରତ ପାଳନ ହିଁ ଅସଲ ମାନବୀୟ ଧର୍ମ ବୋଲି ମତ ରଖି ଏହି ଉତ୍ସବର ଆୟୋଜକ ଶ୍ରୀ ମଲ୍ଲିକ ଙ୍କ ବଦାନ୍ୟତା ଓ ମହାନତାକୁ ପ୍ରଶଂସା କରିଥିଲେ । ସହର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ସମାଜସେବୀ ଓ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଏଠାରେ ଯୋଗଦାନ କରି ବାଳ ବ୍ରହ୍ମଚାରୀମାନଙ୍କୁ ଆଶୀର୍ବାଦ କରି ସାମୁହିକ ପ୍ରସାଦ ସେବନ କରିଥିଲେ। ସମାଜସେଵୀ ବୈକୁଣ୍ଠ ଶତପଥି, ମନୋଜ ଅଗ୍ରୱାଲ, ନନ୍ଦୁ ଲାଲ କମାଣି, ମନୋରଞ୍ଜନ ତ୍ରୀପାଠୀ, ପ୍ରହଲ୍ଲାଦ ମଲ୍ଲିକ, ଜୟ କୁମାର ମହଲା, ସଞ୍ଜୟ ସାହୁ, ପୀୟୁଷ ପଣ୍ଡା, ବରିଷ୍ଠ ନାଗରିକ ଜ୍ୟୋତି ରଞ୍ଜନ ପଟ୍ଟନାୟକ,  ପ୍ରଦୀପ ପୁରୋହିତ, ସାମ୍ୱାଦିକ ପୀତାମ୍ବର ମହାପାତ୍ର, ମହାଦେବ ମଲ୍ଲିକ ଓ ରଞ୍ଜନ ବାରିକ ପ୍ରମୁଖ ଙ୍କ ସହ  କୋଶଳ ହାଇସ୍କୁଲ ଛାତ୍ର, ଓ ରାମ ଧୂନ୍ କ୍ଲବ୍ ସଦସ୍ୟ ଆମ ପ୍ରତିନିଧି ମନୋରଞ୍ଜନ ତ୍ରିପାଠୀଙ୍କ ସହ ସମାଜସେବୀ ଶ୍ରୀବସ ମଲ୍ଲିକ ଏକ ସାକ୍ଷାତକାରରେ ସେ ପ୍ରକାଶ କରିଥିଲେ ଯେ, ଦୁଃଖ କଷ୍ଟ କୁ ଅନୁଭବ କରିଥିବା ପ୍ରକୃତ ଅନୁଭବୀ ହିଁ ଜଣେ ଦୁଃଖି ର ଦୁଃଖ କଷ୍ଟକୁ ଅନୁଭବ କରିପାରେ । ସୋନପୁର ଘୋଡାଘାଟପଡା ଠାରେ ଗୋଟିଏ ଅତି ଗରିବ ପରିବାରରେ ଜନ୍ମ ନେଇ ମୁଁ ଖୁବ୍ କମ ପାଠ ପଢ଼ି ଯୁବ ବୟସରେ ପ୍ରଥମେ କିଛି ବଡ ବ୍ୟବସାୟୀ ଙ୍କ ପାଖରେ  ଖୁବ୍ କମ୍ ବେତନରେ ସେଲ୍ସ ମ୍ୟାନ ଭାବେ କାର୍ଯ୍ୟ କରି ଆସି ଜୀବନ ର ସଂଘର୍ଷ ଆରମ୍ଭ କରିଥିଲି । ପରେ ପରେ ସୋନପୁର ଦଧିବାମନ ମନ୍ଦିର ଆଗରେ ଏକ ଛୋଟ କ୍ୟାବିନରେ ତେଲ ଲୁଣ ବ୍ୟବସାୟଟିଏ ଆରମ୍ଭ କରି ରୋଜଗାର ବଢାଇ ବଡ ପରିବାର ର ବୋଝ ସମ୍ଭାଳିବା ସହ ଦୀର୍ଘ ବର୍ଷରୁ ଆଜି ଯାଏ ଗରିବ ନିଃସହାୟ ଲୋକଙ୍କ  ସେବା କରିବାର ସୌଭାଗ୍ୟ ଅର୍ଜନ କରିଛି l ଯେତେବେଳ ଯିଏ ଯାହା ବି ସାହାଯ୍ୟ ମାଗିଛି ଯଥା ସମ୍ଭବ ସହଯୋଗ ଦେଇ ଆସିଛି l ମୋ ଦୁଆରୁ କେବେ କାହାକୁ ଫେରାଇ ନି l ଆଉ ମାଁ ସୂରେଶ୍ଵରୀଙ୍କ ଆଶୀର୍ବାଦରୁ ହିଁ ସେଇ ସାହସ ଶକ୍ତି ଆସିଥାଏ ବୋଲି ମୋର ବିଶ୍ବାସ। କିନ୍ତୁ ମାଁଙ୍କ ଆଶୀର୍ବାଦରୁ ଆଜି ମୁଁ ଯେତେ ବଡ ଲୋକ ହୋଇଥିଲେ ବି ପ୍ରତିଦିନ ସକାଳ ୮ଟା ବେଳେ ମୋ ତେଲଲୁଣ ଦୋକାନ ର ଗ୍ରାହକ ସେବା କାମ ଓ ୧୦  ଟା ବେଳେ ଇଷ୍ଠ ଦେବୀ ମା ସୁରେଶ୍ଵରୀ ଙ୍କୁ ଦର୍ଶନ କରି ଜଗତ କଲ୍ୟାଣ ପାଇଁ ଆଶୀର୍ବାଦ ଭିକ୍ଷା  କରିବା ଡେଲି ରୁଟିନ୍ କୁ ମୁଁ କେବେ ଭୁଲି ନ ଥାଏ l  ଆଉ ସେଇ ତେଲଲୁଣ ସଂସାର ଭିତରେ ଖୁବ୍ ବ୍ୟସ୍ତ ବହୁଳ ଜୀବନ ଭିତରେ ପ୍ରତିଦିନ ଅନେକ ସେବା କାର୍ଯ୍ୟରେ ସରକାରୀ ବେସରକାରୀ ଉତ୍ସବରେ ଯୋଗଦେଇ ଆସିଥାଏ। ଆହୁରି ମଧ୍ୟ କହିଥିଲେ କୌଣସି ପ୍ରତିଦାନର ଆଶା ନରଖି ନଦୀର ଜଳଦାନ, ସୂର୍ଯ୍ୟ ଚନ୍ଦ୍ରର କରିଣ ଦାନ, ଗଛ ଲତାର ଖାଦ୍ୟ ଓ ଅମ୍ଳଜାନ ଦାନ ଭଳି ମଣିଷ ନିଃସ୍ୱାର୍ଥପର ଭାବେ ଅନ୍ୟର ଉପକାର କରିବା ଉଚିତ ଓ ଏହା ମଣିଷର ଦାୟିତ୍ଵ କର୍ତ୍ତବ୍ୟ ଭାବିବା ନିତାନ୍ତ ଆବଶ୍ୟକ ବୋଲି ଶ୍ରୀ ମଲ୍ଲିକ ମତ ରଖିଥିଲେ । ଜ୍ଞାନୀ ଗୁଣୀ ଙ୍କ ମତରେ ଦାମୀ ଗାଡ଼ି ଘୋଡା ବଙ୍ଗଳା ସହ ହଜାର କୋଟି ସମ୍ପତ୍ତି ର ଜଣେ ଅଧିକାରୀ ବା ଶିଳ୍ପପତି , କ୍ଷମତା ଶାଳୀ ଙ୍କୁ ବଡ଼ ଲୋକ ମହାନ୍ ଲୋକ କୁହାଯାଇ ନ ଥାଏ, ସମାଜ ରେ ଜନ୍ମ ନେଇଥିବା ଏଭଳି କ୍ଵଚିତ ଉଦାର, ବଦାନ୍ୟ ବ୍ୟକ୍ତିଙ୍କୁ ଖୁସୀ ମଣିଷ ଙ୍କୁ ମହାନ ବ୍ୟକ୍ତି କୁହା ଯାଇଥାଏ l ପ୍ରକୃତରେ ସାଧାରଣ ମଣିଷଙ୍କ ଭିତରେ ଶ୍ରୀବତ୍ସ ଭାଇ ଜଣେ ଅସାଧାରଣ ଓ ନିଆରା ମଣିଷଟିଏ । ଅସହାୟ ମଣିଷକୁ ସବୁବେଳେ ଆହୁରି ସହାୟତାର ହାତ ବଢାଇବା ପାଇଁ ମାଁ ସୂରେଶ୍ବରୀ ତାଙ୍କୁ ଶକ୍ତି ଓ ଆଶିର୍ବାଦ ପ୍ରଦାନ କରନ୍ତୁ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026

You Might Also Like