-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
26-Feb-2025
ବଲାଙ୍ଗୀର, (ପ୍ରେରଣା ଖବର) ଗତ ଫେବୃଆରୀ 14 ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ଲାଠୋର ଗ୍ରାମର ଝିଅ ଗୀତାଞ୍ଜଳି ମେହେର l ସେ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର +3 ବିଜ୍ଞାନ ଫାଇନାଲ ବର୍ଷ ଛାତ୍ରୀ ଅଟନ୍ତି l ପୁରୀ ସହରରେ ୨୮ ତମ ଜାତୀୟ ସ୍ତରୀୟ ଗ୍ଲୋରୀ ଫେଷ୍ଟ ଅନୁଷ୍ଠିତ ହୋଇଥିଲା I ଗ୍ଲୋରୀ ଫେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ଗ୍ଲୋରୀ କ୍ଵିନ ପ୍ରତିଯୋଗିତାରେ ଗୀତାଞ୍ଜଳି ମେହେର ପ୍ରତିନିଧିତ୍ୱ କରିଥିଲେ I ପ୍ରଥମ ଅଂଶଗ୍ରହଣରେ ସେ ଦ୍ୱିତୀୟ ରନର୍ସ ଅପ ହୋଇ ସଫଳତା ମଧ୍ୟ ଅର୍ଜନ କରିଛନ୍ତି I ଯାହା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହ ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛି I ଏହି ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ I ସର୍ବମୋଟ ଦୁଇଟି ପର୍ଯ୍ୟାୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଏହି ପ୍ରତିଯୋଗିତାରେ ଷ୍ଟାଇଲ ସହ ପ୍ରତିଯୋଗୀଙ୍କୁ ନିଜ ଜ୍ଞାନର ପରୀକ୍ଷା ମଧ୍ୟ ଦେବାକୁ ପଡୁଥିଲା I