-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
27-Feb-2025
ନବରଙ୍ଗପୁର :-( ମିହିର ଶଙ୍କର ପାତ୍ର,) ପ୍ରତୀକ୍ଷାର ଅନ୍ତ ଘଟିଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ କେଲିଆ ବାବା ଝଡ଼େଶ୍ୱର ଶିବ ମନ୍ଦିରରେ ଉଠିଲା ମହାଦୀପ। ଭକ୍ତିମୟ ପରିବେଶ ଏବଂ ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଲା ମନ୍ଦିର ପରିସର । ପାରମ୍ପରିକ ବେଢା ପରିକ୍ରମା ପରେ ଉଠିଛି ମହାଦୀପ । ନିର୍ଦ୍ଧାରିତ ସମୟରେ ରାତ୍ର ୮. ଘଣ୍ଟା ୫୫ ମିନିଟରେ ବିଧିବଧ ଭାବେ ସେବାୟତ ମହାଦୀପ ଧରି ମନ୍ଦିର ଚୂଡ଼ାରେ ସ୍ଥାପନ କରିଛନ୍ତି ।ମନ୍ଦିର ପରିସର ଶିବ ଧ୍ଵନିରେ ପ୍ରକମ୍ପିତ ହୋଇ ଉଠିଛି।ଏହି ଜାଗର ମହାଦୀପ ଦର୍ଶନ ପାଇଁ ଆଜି କେଲିଆ ମନ୍ଦିର ପାଖେ ଉପସ୍ଥିତି ଥିଲେ ପ୍ରାୟ ଦୁଇହାଜର ଭକ୍ତ। ସମସ୍ତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହିନ୍ଦୁ ଧର୍ମର ପାରମ୍ପରିକ ରୀତିନୀତି ରେ ଅନୁଷ୍ଠିତ ହେଲା ବୋଲି ମନ୍ଦିର କାମେଟି ସମ୍ପାଦକ ଶ୍ରୀ ଦେବରାଜ ପାତ୍ର,ସାମ୍ବାଦିକ ମାନଙ୍କୁ ଜଣାଇଛନ୍ତି ।