-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
26-Feb-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)- ଭଟଲି ଛକ ନିକଟସ୍ଥ ଡକ୍ଟର ନିଶାନ୍ତ ଦେବତାଙ୍କ କ୍ଲିନିକ୍ ସାମ୍ନାରେ ଗୋଟିଏ ସ୍କୁଟିରେ ୨ଜଣ ଛାତ୍ର (ପ୍ରିନ୍ସ ଓ ଆତ୍ମନ)ବରଗଡ଼ ଆଡ଼କୁ ଯାଉଥି ଥିବାବେଳେ ଭୁଲ ସାଇଡରୁ ଆସିଏକ ମଟର ସାଇକେଲ ଆରୋହୀ ସ୍କୁଟି କୁ ଧକ୍କା ଦେଇଥିଲା ଫଳରେ ପ୍ରିନ୍ସ ଯୋରଦାର ଆଘାତ ପ୍ରାପ୍ତ ହେଇଥିଲେ। ଜଣାପଡିଛି ଯେ ମଟର ସାଇକେଲ ଆରୋହୀ ମଦ ପାନ କରି ଗାଡ଼ି ଚଲାଉଥିଲେ। ଖବରପାଇ ସମାଜସେବୀ ସଂଘମିତ୍ରା ପଟେଲ ସାଙ୍ଗେ ସାଙ୍ଗେ ଯାଇ ପ୍ରିନ୍ସ କୁ ଟେମ୍ପୋ ସାହାଯ୍ୟରେ ବରଗଡ଼ ଟାଉନ ହସ୍ପିଟାଲକୁ ନେଇ ଆଶୁ ଚିକିତ୍ସା କରାଇଥିଲେ।ଏକ୍ସରେ ର ସୁବିଧା ନ ଥିବାରୁ ପୁଣି ଟେମ୍ପୋ ସାହାଯ୍ୟରେ କିଶୋରୀ ନର୍ସିଂ ହୋମ କୁ ଆଣି ଏକ୍ସରେ ଓ ଚିକିତ୍ସା କରି ତାଙ୍କୁ ଟେମ୍ପୋ ସାହାଯ୍ୟରେ ତାଙ୍କ ଘରେ ପହଞ୍ଚାଇଥିଲେ । ବିଳମ୍ବିତ ରାତ୍ରୀରେ ସମାଜ ସେବୀ ସଂଘମିତ୍ରା ପଟେଲଙ୍କ କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ଏବଂ ବରଗଡ଼ ସହରରେ ନିଶା ସେବନ ନକରି ଗାଡ଼ି ଚଲେଇବା ପାଇଁ ସେ ବରଗଡ଼ ବାସୀଙ୍କୁ ବିନମ୍ର ନିବେଦନ କରିଛନ୍ତି।